Masthead

ବିଜେଡି ଟିକେଟ ବଣ୍ଟାର ଗୁମର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଟିକେଟ କିଏ ଦିଅନ୍ତି ଗୁମର ଖୋଲିଲା କିଛି ବିଜେଡି ନେତାଙ୍କ ସୋସିଆଲ ମିଡିଆ ପୋଷ୍ଟ । ସଂଗଠନ ସଂପାଦକ ବବି ଦାସ ହିଁ ଟିକେଟ ଦିଅନ୍ତି ବୋଲି ଇଂଗିତ କଲେ ସସ୍ମିତ ପାତ୍ର । ସେ ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ ବୋଲି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି । ସସ୍ମିତ ଲେଖିଛନ୍ତି ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ । ପ୍ରଣବ ପ୍ରକାଶ ଦାସ ଯିଏ ପରିବାର ନୁହେଁ, ଦଳ ଆଉ ଦଳର କର୍ମୀଙ୍କୁ ଦିଅନ୍ତି ଗୁରୁତ୍ୱ ।

ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଂଟିବାରେ କୈାଣସି ସମସ୍ୟା ନଥିଲା । ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ । ହେଲେ ସେ ଜାଣିଥିଲେ, ରାଜନୀତିରେ ସେ ଯେଉଁ ଟ୍ରେଣ୍ଡ ତିଆରି କରିବେ, ତାହା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତାଙ୍କୁ ପ୍ରଭାବିତ କରିବ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ହିଁ ପାଥେୟ କରି ସେ କାର୍ଯ୍ୟ କରନ୍ତି । ଏହା ଆଜି ପ୍ରମାଣିତ । ଯେଉଁ ଯାଜପୁର ପୈାରାଂଚଳ କାହିଁ କେତେ ଦଶନ୍ଧିରୁ ତାଙ୍କ ପାରିବାରିକ ନିୟନ୍ତ୍ରଣରେ ଥିଲା, ତାକୁ ପଛରେ ଛାଡି ଦେଇଥିଲେ ବବି ଭାଇ । କାରଣ ସେ ଟ୍ରେଣ୍ଡ ସେଟ୍ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ ।

ସେ ଉଦାହରଣ ସୃଷ୍ଟି କରୁଥିଲେ, ପରିବାର ପଛ, ପାର୍ଟି ଆଗ । ସେ ବାର୍ତ୍ତା ଦେଉଥିଲେ, ନବୀନ ପଟ୍ଟନାୟକ ଯାହା କହିବେ ତାହା ଚୂଡାନ୍ତ । ଆଜି ରାଜନୈତିକ ଘଟଣାକ୍ରମରେ ଯେଉଁ ସନ୍ଦେଶ ଆସିଛି, ତାହା ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ଦଳୀୟ ପ୍ରେମ ଏବଂ ନବୀନ ପ୍ରେମରେ ଉଦବୁଦ୍ଧ କରିବ । ଦଳ ସର୍ବମାନ୍ୟ, ନବୀନ ସର୍ବମାନ୍ୟ । ପ୍ରତିଟି କର୍ମୀ ନିଜ ଆଉ ନିଜ ପରିବାରର ସ୍ୱାର୍ଥ କଥା ଛାଡି ରାଜ୍ୟ ଏବଂ ଦଳୀୟ ସ୍ୱାର୍ଥରେ କାର୍ଯ୍ୟ କରିବାର ଯେଉଁ ବାର୍ତ୍ତା ଆମ ପ୍ରିୟ ସାଙ୍ଗଠନିକ ସମ୍ପାଦକ ଦେଇଛନ୍ତି, ସେଇ ଅନୁସାରେ କାର୍ଯ୍ୟ କରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର