Masthead

କାଳିଆ ପ୍ରେମରେ ବିଦେଶିନୀ

ସୋର (ବଡ଼ ଖବର ବ୍ୟୁରୋ): କାଳିଆ ପ୍ରେମରେ ବିଦେଶିନୀ । କଥାରେ ଅଛି ଜଗା ଡୋରି ଥାରେ ଯାହାକୁ ଲାଗେ ସେ ଯେତେ ଦୂରରେ ଥିଲେ ବି ଜଗା ପାଖକୁ ଟାଣି ହୋଇ ଆସେ । ସାତ ସମୁଦ୍ର ସାତ ଦରିଆ ପାରି ହୋଇ ସୁଦୂର ୟୁରୋପରୁ କାଳିଆକୁ ଦର୍ଶନ କରିବାକୁ ଓଡି଼ଶା ଆସିଛନ୍ତି ଲିଳାବତୀ ଦାସି । କାଳିଆ ଦର୍ଶନ ପାଇଁ ସଂସାରର ମୋହ, ମାୟା, ଧନ ସମ୍ପତ୍ତି ତ୍ୟାଗ କରି ୧୦ ବର୍ଷ ହେବ ଓଡି଼ଶା ଚାଲି ଆସିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଥିବା ରାଧାମାଧବ ମନ୍ଦିରରେ ରହି ଜଗନ୍ନାଥ ସଂସ୍କୃତିକୁ ଆପଣେଇନେଇଛନ୍ତି । ମୃଦଙ୍ଗ ବଜାଇ କୃଷ୍ଣ ନାମ ଜପ କରିବା ସହ ଜଗନ୍ନାଥ ଓ କୃଷ୍ଣଙ୍କର ସ୍ତବ ଓ ସ୍ତୋତ୍ର ପାଠ କରୁଛନ୍ତି ।

ବିଦେଶିନୀ ହୋଇଥିବାରୁ ଜଗନ୍ନାଥ ସଂସ୍କୃତି ନିୟମ ଅନୁସାରେ ଶ୍ରୀମନ୍ଦିର ଯାଇ କାଳିଆର ଦର୍ଶନ କରିପାରନ୍ତି ନାହିଁ । ବର୍ଷର ସେହି ଗୋଟିଏ ଦିନକୁ ଚାହିଁ ରହନ୍ତି ରଥଯାତ୍ରାକୁ, କେବେ ଶ୍ରୀମନ୍ଦିରରୁ ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ । ମାତ୍ର ଲିଳାବତୀଙ୍କ କାଳିଆ ଦର୍ଶନରେ କରୋନା ସାଜିଛି ପ୍ରତିବନ୍ଧକ । କାହିଁକି ନା ଲିଳାବତୀ ହେଉଛନ୍ତି ଜଣେ ବିଦେଶିନୀ । କରୋନା ପାଇଁ ରଥ ଯାତ୍ରାରେ କୋଭିଡ୍ କଟକଣା ପାଇଁ ସରକାର ବିନା ଭକ୍ତରେ ରଥଯାତ୍ରା ପାଳନ ପାଇଁ ନିୟମ କରିଥିବାରୁ ୨ ବର୍ଷ ହେବ କାଳିଆର ଦର୍ଶନ କରିପାରୁନଥିବାରୁ ଦୁଃଖିତ ଅଛନ୍ତି ଲିଳାବତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା