Masthead

ତିନି ରାଜ୍ୟରେ ଫୁଟିବ ପଦ୍ମ!

https://youtube.com/live/XG0zCcOwqRk?feature=share

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଲୱା ଦେଖାଉଛି ବିଜେପି । ତିନି ରାଜ୍ୟରେ ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେପି । କେବଳ ତେଲେଙ୍ଗାନାକୁ ଛାଡ଼ି ଦେଲେ ସବୁଠି କଂଗ୍ରେସ ନିରାଶ ହୋଇଛି । ଆସୁଥିବା ଟ୍ରେଣ୍ଡରେ ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଛତିଶଗଡରେ କଂଗ୍ରେସକୁ ଟକ୍କର ଦେଇ ଆଗୁଆ ରହିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶର ୨୩୦ ଆସନରୁ ୧୪୦ ସିଟରେ ଆଗୁଆ ରହିଛି ବିଜେପି । ସେହିପରି ଛତିଶଗଡର ୯୦ ଆସନରୁ ୫୩  ଆସନ ଏବଂ ରାଜସ୍ଥାନର ୧୯୯ ଆସନରୁ ୧୧୩  ସିଟରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି ।

ତେବେ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପିକୁ ସଫଳତା ମିଳିବା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ୩ଟି ରାଜ୍ୟରେ ମୋଦି ମ୍ୟାଜିକ୍ କାମ କରିଥିବା କୁହାଯାଉଛି । ଏଥର ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଛି । ବିରୋଧୀଙ୍କୁ ଚକମା ଦେଇ ଶିବରାଜ ସିଂ ଚୌହାନ ଏଠି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ପକ୍କା ହେବା ଅନୁମାନ କରାଯାଉଛି । ଅନ୍ୟପଟେ ରାଜସ୍ଥାନରେ ପରମ୍ପରା ବଜାୟ ରହିଥିବାବେଳେ, କଂଗ୍ରେସକୁ ହଟେଇ ପୁଣିଥରେ କ୍ଷମତାକୁ ଫେରୁଛି ବିଜେପି ।

ସେହିପରି ଛତିଶଗଡରେ ବଘେଲ ସରକାରକୁ ଚକମା ଦେଇ ବିଜେପି ଏଠାରେ ମଧ୍ୟ ଆଗୁଆ ରହିଛି । ତେବେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନକୁ ଛାଡିଦେଲେ, କେବଳ ତେଲେଙ୍ଗାନାରେ ବର୍ତମାନ କଂଗ୍ରେସ ଆଗୁଆ ରହିଛି । ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇ କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଛି । ତେବେ ବିଜେପି ତେଲେଙ୍ଗାନାରେ ମଧ୍ୟ ଫାଇଦାରେ ରହିଛି । ଗତ ନିର୍ବାଚନରେ ତେଲେଙ୍ଗାନାରେ ବିଜେପି ମାତ୍ର ଗୋଟିଏ ସିଟ୍ ଜିତିବାକୁ ସକ୍ଷମ ହେଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ୭ଟି ସିଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ଏକଜିଟ ପୋଲ ଦେଖି କଂଗ୍ରେସ ଉତ୍ସାହ ଥିଲା । କିନ୍ତୁ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍