Before Header

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ବୋମାମାଡ଼

0 20

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇମ୍ରାନ ଖାଁଙ୍କ ଗିରଫଦାରୀକୁ ନେଇ ଜଳୁଛି ପାକିସ୍ତାନ । ଇମ୍ରାନଖାନଙ୍କୁ ଗିରଫ କରାଯିବା ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥକଙ୍କ ଦ୍ୱାରା ପୋଡାଜଳା ଓ ହିଂସା ସୃଷ୍ଟି ହୋଇଛି । ପାକିସ୍ତାନର ପଂଜାବରେ ପ୍ରାୟ ୧୦୦୦ ଲୋକ ଗିରଫ ହୋଇଛନ୍ତି। ପିଟିଆଇ ସମର୍ଥକମାନେ ସେନା ମୁଖ୍ୟାଳୟ, ପୁଲିସ କୋଠା, ପୁଲିସ ଗାଡ଼ି ଏବଂ ବିଭିନ୍ନ ସରକାରୀ ସମ୍ପତ୍ତିକୁ ଟାର୍ଗେଟ୍‌ କରି ନିଆଁ ଲଗାଇ ଦେଇଛନ୍ତି। ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ ହୋଇଛି ।

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଲାହୋର ସ୍ଥିତ ଘର ଉପରକୁ ୩ଟି ପେଟ୍ରୋଲ ବୋମା ପକାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶ ବ୍ୟାପୀ ହିଂସାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିସର ସୂଚନାନୁସାରେ, ବୁଧବାର ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ୫୦୦ରୁ ଅଧିକ ସମର୍ଥକ ମଡେଲ ଟାଉନ ଲାହୋରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ସେଠାରେ ଅଟକି ରହିଥିବା ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ପଞ୍ଜାବ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ ବୁଧବାର ଦିନ ପିଟିଆଇକୁ କହିଛନ୍ତି ଯେ, ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଘରେ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଇମ୍ରାନଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେବଳ ରାକ୍ଷୀ ଉପସ୍ଥିତ ଥିଲେ। ସେମାନେ ସେଠାରେ ପୋଲିସ ପୋଷ୍ଟ ମଧ୍ୟ ଲଗାଇଥିଲେ। । ସେପଟେ ପାକିସ୍ତାନରେ ସମସ୍ତ କଲେଜ ଏବଂ ୟୁନିଭର୍ସିଟି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସମଗ୍ର ପାକିସ୍ତାନରେ ୧୪୪ ଧାରା ଜାରି କରାଯାଇଛି । ଇସଲାମାବାଦରେ ଆଇନ ଶୃଙ୍ଖଳା ଦାୟିତ୍ବ ସେନା ହାତରେ ରହିଛି।

Leave A Reply

Your email address will not be published.