Masthead

କୋଟିଆ ବିବାଦ ସମାଧାନ ନହେଲେ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମାସେ ମହଲତ ଦେଲା ବିଜେପି । ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରି ସମାଧାନ କର କୋଟିଆ ସୀମା ବିବାଦ । ନଚେତ ରାଜ୍ୟବ୍ୟାପୀ ‘ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼’ ଆନ୍ଦୋଳନ କରିବ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିୀରାଜ ହରିଚନ୍ଦନ । ସେ କହିଛନ୍ତି, କୋଟିଆ ସୀମା ବିବାଦ ଏବେ ଓଡ଼ିଶା ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିବା ଆରମ୍ଭ କରିଛି ।

କେବଳ କୋଟିଆ ନୁହେଁ, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ସେଠାରେ ମଧ୍ୟ କିଛି ପଞ୍ଚାୟତରେ ଆନ୍ଧ୍ର ପୋଷ୍ଟର ଲାଗୁଛି । ବାସହୀନ ଲୋକଙ୍କୁ ପଟା ବାଣ୍ଟୁଛି ଆନ୍ଧ୍ର । କୋଟିଆ ପ୍ରସଙ୍ଗରେ ଆମ ରାଜ୍ୟ ସରକାର କିନ୍ତୁ ଚୁପ୍ ବସିଛନ୍ତି । ନା କୌଣସି ମନ୍ତ୍ରୀ, ଅଧିକାରୀ ବା ଜିଲ୍ଲା ପ୍ରଶାସନ ସେଠାକାର ସ୍ଥିତି ବୁଝୁଛନ୍ତି । ସମସ୍ତେ ଏ ପ୍ରସଙ୍ଗକୁ ବି ଏଡ଼ାଇ ଚାଲିଛନ୍ତି । ଏବେ ପ୍ରହେଳିକା ପୂର୍ଣ୍ଣ ସ୍ଥିତିରେ ଅଛି କୋଟିଆ ସ୍ଥିତି ।

ଏହି ଢିଲାପଣିଆ ଯୋଗୁଁ ଆଜି ଓଡ଼ିଶା ପୋଲାଭରମ, ମହେନ୍ଦ୍ରତନୟା, ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ପଛରେ ରହିଛି । ଓଡ଼ିଶାର ଅସ୍ମିତା ସହ କାହାକୁ ବି ଖେଳିବାକୁ ଦିଆଯିବନାହିଁ । ଆନ୍ଧ୍ର ସହ ସୀମା ବିବାଦକୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନିଅନ୍ତୁ । ମାସକ ଭିତରେ ଏନେଇ ପଦକ୍ଷେପ ନ ନେଲେ ରାଜ୍ୟ ସାରା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ, ଗାଦି ଛାଡ଼ ଆନ୍ଦୋଳନ କରିବ ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ