Masthead

ଅଗଷ୍ଟରେ ଖୋଲିଲା ତାଲା: ସକାଳୁ ସଞ୍ଜ ନାହିଁ କଟକଣା ଅବଧି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲା ଫିଟିଲା । ଅଗଷ୍ଟରେ ଖୋଲିଗଲା ଓଡ଼ିଶା । ସକାଳୁ ସଂଜ ନାହିଁ ଆଉ ଅବଧିର କଟକଣା । ସକାଳ ୬ରୁ ସଂଧ୍ୟା ୮ ଯାଏଁ ସାରା ରାଜ୍ୟରେ ଦୋକାନ ବଜାର ଖୋଲା ରହିବ । ଏହା ସହ ମଲ୍ ଖୋଲିବ, ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ବି ଖୋଲିବ । ରେଷ୍ଟୁରାଣ୍ଟ, ବାର୍ ଖୋଲିବ, ହୋଟେଲ ଖୋଲିବ, ପାର୍କ ବି ଖୋଲିବ । ସିନେମା ହଲ୍, ଥିଏଟର, ଅପେରା, ଯାତ୍ରାକୁ ବି ଅନୁମତି ମିଳିଛି । କମୁଥିବା ସଂକ୍ରମଣକୁ ଦେଖି ସରକାର ବଡ ଧରଣର ଅନଲକ୍ ଘୋଷଣା କରିଛନ୍ତି । ଖାଲି ଏତିକି ନୁହେଁ, କେବଳ କଟକ, ଭୁବନେଶ୍ବର ଓ ପୁରୀ ସହରକୁ ଛାଡିଲେ କେଉଁଠି ବି ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ମାସ ପାଇଁ ଘୋଷଣା ହେଲା ଗାଇଡଲାଇନ । ନୂଆ ଗାଇଡଲାଇନ ପୂରା ମାସେ ଧରି ଲାଗୁ ହେବ ।

ଏସଆରସି ପ୍ରଦୀପ ଜେନା କହିଛନ୍ତି, ଏଣିକି ଆହାର କେନ୍ଦ୍ର ବି ଖୋଲିବ । ୩୦ ଜଣଙ୍କ ମଧ୍ୟରେ ଶିଳାନ୍ୟାସ ଓ ଉଦଘାଟନ କାର୍ୟ୍ୟକ୍ରମ ହୋଇପାରିବ । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବି ଖୋଲିବାକୁ ନିଷ୍ପତ୍ତି ହୋଇଛି । ବସ ଚଳାଚଳ ପାଇଁ ବି ଅନୁମତି ରହିଛି । ତେବେ ଯାହା ସବୁ ଖୋଲିବାକୁ ନିଷ୍ପତ୍ତି ହୋଇଛି, ସେଥିରେ କୋଭିଡ କଟକଣାର କଡା ପାଳନ ହେବ । ସେପରି, ରେଷ୍ଟୁରାଣ୍ଟ, ଢାବା, ସିନେମା ହଲ୍, ଆଦି ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିପାରିବ । ସେହିଭଲି କଟକ, ଭୁବନେଶ୍ବର, ପୁରୀ ସହରରେ ଏଠାକୁ ଯିବାକୁ ହେଲେ ୨ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ । ସମୁଦ୍ର ବେଳାଭୂମି ଯିବାକୁ ମଧ୍ୟ ଅନୁମତି ମିଳିବ । ପର୍ୟ୍ୟଟନସ୍ଥଳୀ ଖୋଲିବା ଦିଗରେ ବି ସରକାର ପଦକ୍ଷେପ ନେଇଛନ୍ତି । ସମୁଦ୍ର ବେଳାଭୂମିକୁ ମଧ୍ୟ ଲୋକେ ଯାଇପାରିବେ । ଅନ୍ୟପକ୍ଷରେ, କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଉପରୁ ମଧ୍ୟ କଟକଣା ଉଠାଇବାକୁ ନିଷ୍ପତ୍ତି ହୋଇଛି । ତେବେ ସଂପୃକ୍ତ ବିଭାଗ ଏନେଇ ନିଷ୍ପତ୍ତି ହେବ । ସେହିଭଳି ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସକଙ୍କୁ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ