ଅଗଷ୍ଟରେ ଖୋଲିଲା ତାଲା: ସକାଳୁ ସଞ୍ଜ ନାହିଁ କଟକଣା ଅବଧି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲା ଫିଟିଲା । ଅଗଷ୍ଟରେ ଖୋଲିଗଲା ଓଡ଼ିଶା । ସକାଳୁ ସଂଜ ନାହିଁ ଆଉ ଅବଧିର କଟକଣା । ସକାଳ ୬ରୁ ସଂଧ୍ୟା ୮ ଯାଏଁ ସାରା ରାଜ୍ୟରେ ଦୋକାନ ବଜାର ଖୋଲା ରହିବ । ଏହା ସହ ମଲ୍ ଖୋଲିବ, ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ବି ଖୋଲିବ । ରେଷ୍ଟୁରାଣ୍ଟ, ବାର୍ ଖୋଲିବ, ହୋଟେଲ ଖୋଲିବ, ପାର୍କ ବି ଖୋଲିବ । ସିନେମା ହଲ୍, ଥିଏଟର, ଅପେରା, ଯାତ୍ରାକୁ ବି ଅନୁମତି ମିଳିଛି । କମୁଥିବା ସଂକ୍ରମଣକୁ ଦେଖି ସରକାର ବଡ ଧରଣର ଅନଲକ୍ ଘୋଷଣା କରିଛନ୍ତି । ଖାଲି ଏତିକି ନୁହେଁ, କେବଳ କଟକ, ଭୁବନେଶ୍ବର ଓ ପୁରୀ ସହରକୁ ଛାଡିଲେ କେଉଁଠି ବି ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ମାସ ପାଇଁ ଘୋଷଣା ହେଲା ଗାଇଡଲାଇନ । ନୂଆ ଗାଇଡଲାଇନ ପୂରା ମାସେ ଧରି ଲାଗୁ ହେବ ।

ଏସଆରସି ପ୍ରଦୀପ ଜେନା କହିଛନ୍ତି, ଏଣିକି ଆହାର କେନ୍ଦ୍ର ବି ଖୋଲିବ । ୩୦ ଜଣଙ୍କ ମଧ୍ୟରେ ଶିଳାନ୍ୟାସ ଓ ଉଦଘାଟନ କାର୍ୟ୍ୟକ୍ରମ ହୋଇପାରିବ । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବି ଖୋଲିବାକୁ ନିଷ୍ପତ୍ତି ହୋଇଛି । ବସ ଚଳାଚଳ ପାଇଁ ବି ଅନୁମତି ରହିଛି । ତେବେ ଯାହା ସବୁ ଖୋଲିବାକୁ ନିଷ୍ପତ୍ତି ହୋଇଛି, ସେଥିରେ କୋଭିଡ କଟକଣାର କଡା ପାଳନ ହେବ । ସେପରି, ରେଷ୍ଟୁରାଣ୍ଟ, ଢାବା, ସିନେମା ହଲ୍, ଆଦି ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିପାରିବ । ସେହିଭଲି କଟକ, ଭୁବନେଶ୍ବର, ପୁରୀ ସହରରେ ଏଠାକୁ ଯିବାକୁ ହେଲେ ୨ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ । ସମୁଦ୍ର ବେଳାଭୂମି ଯିବାକୁ ମଧ୍ୟ ଅନୁମତି ମିଳିବ । ପର୍ୟ୍ୟଟନସ୍ଥଳୀ ଖୋଲିବା ଦିଗରେ ବି ସରକାର ପଦକ୍ଷେପ ନେଇଛନ୍ତି । ସମୁଦ୍ର ବେଳାଭୂମିକୁ ମଧ୍ୟ ଲୋକେ ଯାଇପାରିବେ । ଅନ୍ୟପକ୍ଷରେ, କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଉପରୁ ମଧ୍ୟ କଟକଣା ଉଠାଇବାକୁ ନିଷ୍ପତ୍ତି ହୋଇଛି । ତେବେ ସଂପୃକ୍ତ ବିଭାଗ ଏନେଇ ନିଷ୍ପତ୍ତି ହେବ । ସେହିଭଳି ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସକଙ୍କୁ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ