Masthead

କଳା ଟଙ୍କା ବିରୋଧରେ ବିଜେପିର ପ୍ରତିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯେତେ ଗଣିଲେ ବି ସରୁନି ଟଙ୍କା । ମେସିନ୍ ଥକି ପଡୁଛି, କିନ୍ତୁ ଶେଷ ହେଉନି ମଦ ଟଙ୍କାର ପାହାଡ଼ । ବଲାଙ୍ଗିରରେ ମେଗା ଆଇଟି ରେଡରେ ମିଳିଥିବା ବସ୍ତା ବସ୍ତା ଟଙ୍କାର ଗଣତି ଚାଲିଛି । ରବିବାର ଛୁଟିଦିନ ସତ୍ତ୍ୱେ ଟଙ୍କା ଗଣତି କରିଥିଲେ ବ୍ୟାଙ୍କ କର୍ମଚାରୀ । ତେବେ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଛି । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଗଣତି ହୋଇଥିଲା । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

 ଅନ୍ୟପଟେ କଳା ଟଙ୍କା ବିରୋଧରେ ଆଜି ଗର୍ଜିବ ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ମଦ ବ୍ୟବସାୟୀଙ୍କଠୁ କୋଟି କୋଟି ଟଙ୍କା ମିଳିବା ଘଟଣାରେ ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ମନମୋହନ ଦାୟୀ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ୫୦୦ କୋଟିର କଳା ଟଙ୍କା ଠୁଳ କରିଛି । ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !