Before Header

୨୦୨୦ରେ ଦୁନିଆ ହରେଇଛି ଏହି ଅମୂଲ୍ୟ ରତ୍ନ

0 70

ସବୁ ନୂଆ ବର୍ଷ ନିଜ ସହ କିଛି ସୁଖ କିଛି ଦୁଃଖ ନେଇକି ଆସିଥାଏ । ହେଲେ ୨୦୨୦ ବର୍ଷ ଆରମ୍ଭରୁ ହିଁ ଦୁଃଖର ପିଟାରା ସାଥିରେ ନେଇକି ଆସିଛି । ବର୍ଷ ଶେଷରେ ମଧ୍ୟ ଯାହାର ଅନ୍ତ ଦେଖିବାକୁ ମିଳୁନି ।ପ୍ରଥମେ କରୋନା ମହାମାରୀ ଭଳି ସାଂଘାତିକ ଭାଇରସ ସାରା ବିଶ୍ୱକୁ ଗ୍ରାସ କଲା । ଯାହା କବଳରୁ କେହି ତ୍ରାହି ପାଇ ପାରିଲେ ନାହିଁ । ଭାରତରେ ଏହା ଅନେକ କ୍ଷେତ୍ରକୁ ପ୍ରଭାବିତ କଲା । ବହୁ ଲୋକ ଏହି ଭାଇରସ ପାଇଁ ମୃତ୍ୟୁ ବରଣ କଲେଣି । ଏହି ଭଳି ନିଷ୍ଠୁର ସତ୍ୟ ପାଇଁ ଆମେ ଫିଲ୍ମ ଦୁନିଆରୁ ମଧ୍ୟ ଅନେକ କଳାକାର ଯାହାଙ୍କୁ ବଲିଓଡଡ ର ଅନମୋଲ ରତ୍ନ କୁହାଯାଏ ,ସେମାନଙ୍କୁ ଆମେ ହରେଇଲୁ । ଭାରତରେ ଥିବା ଅନେକ ଦିଗଜ ଲୋକଙ୍କ ମୃତ୍ୟୁର କାରଣ ହୁଏତ ଏଠାରେ ଭିନ୍ନ ଭିନ୍ନ ହୋଇପାରେ ମାତ୍ର ଏହା ସମସ୍ତଙ୍କୁ ନିରାଶ କରିଦେଇଥିଲା । ଲୋକ ମାନଙ୍କୁ ବାହାର କୁ ଯିବାପାଇଁ ଅନୁମତି ମିଳୁନଥିବା ବେଳେ ନିଜର ମନୋରଞ୍ଜନ ପାଇଁ ଘରେ ରହୁଥିବା ଲୋକମାନେ ଯେବେ ଟିଭି ଦେଖୁଥିଲେ ,ତାଙ୍କୁ ଏହି ସବୁ ଖବର ଅତ୍ୟନ୍ତ ଦୁଃଖ ଦେଇଥିଲା । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଅନକ ପିଲାଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଥିଲା ।

ତେବେ କେଉଁ କେଉଁ ହସ୍ତୀଙ୍କ ମୃତ୍ୟୁ ଖବର ଶୁଣି ଲୋକମାନେ ନିରାଶ ହୋଇଥିଲେ , ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ,

  • ଚାରୁଲତା ପଟେଲ: ଯଦି ଆପଣ ମାନେ ଜାଣି ନାହାଁନ୍ତି ତେବେ ଆମେ ଜଣେଇଦବାକୁ ଯାଉଛୁ ଯେ, ଚାରୁଲତା ପଟେଲ କ୍ରିକେଟ ର ସୁପରଫ୍ୟାନ ଅଟନ୍ତି । ଇଂଲଣ୍ଡରେ ୨୦୧୯ ବିଶ୍ୱକପ ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ୧୩ ଜାନୁଆରୀରେ ୮୭ ବର୍ଷରେ ସେ ମୃତ୍ୟୁବରଣ କଲେ ।

  • ବଲବୀର ସିଂ: ଭାରତୀୟ ହକି ଟିମର ଖିଲାଡ଼ି ଏବଂ ଓଲଂପିକ ର ବ୍ରୋଂଞ୍ଜ ମେଡାଲିଷ୍ଟ ବଲବୀର ସିଂ କୁଲ୍ଲର । ହାର୍ଟଆଟାକ୍ ହେତୁ୨୮ ଫେବୃଆରୀ ୨୦୨୦ ରେ ୭୭ ବର୍ଷରେ ତାଙ୍କର ମୃତ୍ୟୁବରଣ ହେଲା ।

 

  • ଇର୍ଫାନ ଖାନ: ୨୦୨୦ ଅପ୍ରେଲରେ ବଲିଓଡକୁ ଝଟକା ମିଳିଥିଲା । ୨୯ ଅପ୍ରେଲ ରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଫିଲ୍ମ ଦୁନିଆର ଲୋକପ୍ରିୟ କଳାକାର ଇର୍ଫାନ ଖାନ ମୃତ୍ୟୁ ବରଣ କରିଥିଲେ ।ସେ କ୍ୟାନସର ରୋଗରେ ପୀଡିତ ଥିଲେ । ମୃତ୍ୟୁ ସମୟରେ ତାଙ୍କୁ ୫୩ ବର୍ଷ ହୋଇଥିଲା ।

 

  • ଋଷି କପୁର : ଇର୍ଫାନ ଖାନଙ୍କ ମୃତ୍ୟୁର ପର ଦିନ ଅର୍ଥାତ ୩୦ ଅପ୍ରେଲରେ ବଲିଓଡର ଦିଗଜ କଳାକାର ଋଷି କପୁରଙ୍କ ମୃତ୍ୟୁ ହୋଇଥିଲା । କ୍ୟାନସର ରୋଗରେ ପୀଡିତ ଥିବା ଋଷି କପୁର ୬୭ବର୍ଷରେ ଦୁନିଆ ଛାଡିଥିଲେ ।

  • ସୁଶାନ୍ତ ସିଂ ରାଜପୁତ: ଏବର୍ଷ ଦେଶର ସବୁଠୁ ବଡ଼ ଆଶ୍ଚର୍ଯ୍ୟକାରୀ ଘଟଣା ଥିଲା ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର । ଯାହାକୁ ଶୁଣି ଖାସ କରି ଯୁବବର୍ଗ ମାନେ ଅଧିକ ନିରାଶ ହୋଇଯାଇଥିଲେ । ହଠାତ୍ ଘଟିଥିବା ଏହି ଘଟଣାକୁ ସହଜରେ କେହି ବି ବିଶ୍ୱାସ କରିପାରୁନାହାଁନ୍ତି । ପୁରା ଦେଶରେ ସୁଶାନ୍ତଙ୍କ ହତ୍ୟା ଓ ଆତ୍ମହତ୍ୟାକୁ ନେଇ ବହୁ ମାସ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗିରହିଥିଲା । ଏହି ଘଟଣା କ୍ରମେ ବଲିଓଡଡରେ ଡ୍ରଗ୍ସ କନେକସନ ମଧ୍ୟ ସାମ୍ନାକୁ ଆସିଥିଲା । ପବିତ୍ର ରିସ୍ତା ସିରିୟଲରୁ ଲୋକପ୍ରିୟତା ହାସଲ କରିଥିବା ସୁଶାନ୍ତ ‘କାଇ ପୋଛେ’ଜରିଆରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ । ଅଭିନେତା ସହ ଜଣେ ଭଲ ଛାତ୍ର ମଧ୍ୟ ଥିଲେ । ସ୍ୱେସ ବିଷୟରେ ଜାଣିବାପାଇଁ ତାଙ୍କର ଇଚ୍ଛା ଥିଲା । ମାତ୍ର ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖିତ କରିଥିଲା ।

  • ସରୋଜ ଖାନ: ବଲିଓଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ୨୦୨୦ ଜୁଲାଇ ୩ ରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ୨ହଜାରରୁୁ ଅଧିକ ଗୀତରେ ସେ କୋରିୟଗ୍ରାଫୀ କରିଛନ୍ତି ।
Leave A Reply

Your email address will not be published.