Masthead

ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ..ଚର୍ଚ୍ଚାରେ ୫ ହେବିୱେଟ ନେତାଙ୍କ ନାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ଘୋଷଣା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରୀୟ ନେତୃତ୍ୱ ତିନି ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ମନହରଲାଲ ଖଟର ଓବିସି ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଓ ବିଜେପି ସମ୍ପାଦକ ଆଶା ଲାକ୍ରାଙ୍କୁ ନିଯୁକ୍ତ କରିଛନ୍ତି ।

ତିନି ଜଣ ଭୋପାଳରେ ପହଞ୍ଚି ବିଧାନସଭା ଦଳ ସହ ବୈଠକ କରିବେ । ଶିବରାଜ ସିଂ ଚୌହାନଙ୍କ ସମେତ ୪ ହେବିୱେଟ ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି । ଗତକାଲି ବିଷ୍ଣୁଦେବ ସାଏଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ବୈଠକରେ ବିଷ୍ଣୁଦେବ ସାଏଙ୍କ ନାଁ ଉପରେ ସହମତ ପ୍ରକାଶ କରିଥିଲେ ସମସ୍ତ ବିଧାୟକ । ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି । ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପି ବିଷ୍ଣୁଦେବଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ