Masthead

ମନରେଗାରେ ୪ ଶହ ଟଙ୍କା ଦେବ କଂଗ୍ରେସ : ରାହୁଲ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):  ବଲାଙ୍ଗିରରେ ବର୍ଷିଲେ ରାହୁଲ ଗାନ୍ଧୀ । ମିଡିଆ ଉପରେ ବର୍ଷି କହିଲେ କୃଷକ ଆତ୍ମହତ୍ୟା କଲେ ବି ଟିଭିରେ ଦେଖାଇବେ ନାହିଁ   । ଆପଣଙ୍କ ପାଇଁ ଏହି ସରକାରରେ କିଛି ନାହିଁ । ଆପଣଙ୍କ ପକେଟ୍‌ରୁ କେବଳ ଜିଏସଟି ଯାଉଛି । ବିଶ୍ୱର କୌଣସି ଶକ୍ତି ଆମ ସମ୍ବିଧାନକୁ ଛୁଇଁପାରିବନି । ସବୁ କାମ ୨୨ଜଣ ଆରବପତିଙ୍କ ପାଇଁ କରିଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ଆରବପତିଙ୍କ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି ।

୨୪ ବର୍ଷର ମନରେଗା ଯୋଜନା ଟଙ୍କା ଦେଇଦେଇଛନ୍ତି । କୃଷକ, ଛାତ୍ରଛାତ୍ରୀଙ୍କ ପଢ଼ା ଋଣ ଛାଡ଼ କରିନାହାନ୍ତି । ବିଜେପି ଆସିଲେ ସମ୍ବିଧାନ ନଷ୍ଟ କରିଦେବ । ବିଶ୍ବର କୌଣସି ଶକ୍ତି ଆମ ସମ୍ବିଧାନକୁ ଛୁଇଁପାରିବନି । ସେ କହିଛନ୍ତି ପ୍ରତି ମାସ ଗରିବ ପରିବାରର ଜଣେ ମହିଳାଙ୍କୁ ୮,୫୦୦ ଯିବ । ଆପଣଙ୍କ ପକେଟ୍‌ରୁ କେବଳ ଜିଏସଟି ଯାଉଛି । ଏହାପରେ ପ୍ରତି ମାସରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଏହିପରି ଭାବେ ଗୋଟିଏ ବର୍ଷରେ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ବଲାଙ୍ଗୀରରେ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ସରକାର ଆସିଲା ପରେ, ସବୁ ଫ୍ୟାକ୍ଟ୍ରି ପୁଣି ଚାଲୁହେବ । ଫ୍ୟାକ୍ଟ୍ରି ଚାଲୁ ହେବା ପରେ ଲୋକଙ୍କୁ ରୋଜଗାର ମିଳିବ । ଆମେ ଭାରତର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରୁଛୁ । ଇଞ୍ଜିନରେ ପେଟ୍ରୋଲ ଦେଉଛୁ । ଏଥିରେ ଇଞ୍ଜିନ ହେଉଛନ୍ତି ଆପଣ, ପେଟ୍ରୋଲ ହେଉଛି ଏହି ଏକ ଲକ୍ଷ ଟଙ୍କା ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଅନ୍ୟପଟେ ପୂୂର୍ବରୁ ଯେମିତି ଚାଷୀଙ୍କର ଋଣ ଛାଡ ହେଇଥିଲା, ସେମିତି ପୁଣି ଋଣ ଛାଡ କରିବୁ । ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନ୍ ସହିତ ଗ୍ୟାରେଣ୍ଟି ଦେବୁ । ମୋଦୀ ସରକାର ୩ଟି କଳା ଆଇନ୍ ବନେଇଲେ । ଏବେ କିନ୍ତୁ ଆମେ ଋଣ ଛାଡ କରିବୁ, ଗ୍ୟାରେଣ୍ଟି ସର୍ବନିମ୍ନ ସହାୟକ ମୂଲ୍ୟ ଦେବୁ । ଓଡିଶାରେ ବହୁତ ପରିବାର ମନରେଗା କାମ କରନ୍ତି । ବହୁତ ମହିଳା ଆଶା ଅଙ୍ଗନବାଡି କାମ କରନ୍ତି । ମନରେଗାରେ ଆଜି ମୋଦୀ ୨୫୦ ଟଙ୍କା ଦେଉଛନ୍ତି , ହେଲେ ଇଣ୍ଡିଆ ମେଣ୍ଟ ଆପଣଙ୍କୁ ୪ ଶହ ଟଙ୍କା ଦେବାକୁ ଯାଉଛି । ସେହିପରି ଆଶା, ଅଙ୍ଗନବାଡି କର୍ମୀଙ୍କୁ ଦୁଇ ଗୁଣା ଟଙ୍କା ଦେବ କଂଗ୍ରେସ ପାର୍ଟି । ସେହିପରି ବେରୋଜଗାର ଗ୍ରାଜୁଏଟଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ