Masthead

କ୍ରିକେଟ ଫିଲ୍ଡରେ ଚର୍ଚ୍ଚିତ ଲଢେଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ଫିଲ୍ଡରେ ଚର୍ଚ୍ଚିତ ଲଢେଇ । କୋହଲି-ଗମ୍ଭୀର କଥା କଟାକଟିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ୟୁପି ପୋଲିସର ଏକ ଟ୍ୱିଟ ସାମ୍ନାକୁ ଆସିଛି । ୧୧୨ ଏମରଜେନସି ନମ୍ବରକୁ ଏହାସହ ଯୋଡ଼ି ଏକ ମିମ୍ ତିଆରି କରିଛି ୟୁପି ପୋଲିସ । ଟ୍ୱିଟରେ ଲେଖା ଅଛି କେଉଁ ସମସ୍ୟା ଆମ ପାଇଁ ନା ‘ବିରାଟ’ ନା ‘ଗମ୍ଭୀର’ ।

ତେବେ ଏ ସବୁ ଭିତରେ ଆଜି ଆମେ ଦେଖିବା କ୍ରିକେଟ ପଡିଆରେ ଚର୍ଚ୍ଚିତ ଝଗଡା କଣ କଣ ଅଛି । ଗମ୍ଭୀର-କୋହଲି ଝଗଡା ଆମକୁ ଅନେକ ଚର୍ଚ୍ଚିତ ଝଗଡା ମନେ ପକାଇଦେଉଛି । ଚର୍ଚ୍ଚିତ ଝଗଡା ମଧ୍ୟରେ ନଂ ୧ରେ ଆସିବ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଲଢେଇ । ଏହି ଦୁଇ ଦେଶ ମଧ୍ୟରେ ଶତ୍ରୁତା ସାରା ବିଶ୍ୱ ଜାଣେ । ଏହି ଶତ୍ରୁତା କ୍ରିକେଟ ଫିଲ୍ଡରେ ବି ଦେଖିବାକୁ ମିଳେ ।


୧୯୯୨ରେ ବିଶ୍ୱ କପ ମ୍ୟାଚ ସମୟରେ ପାକିସ୍ତାନ କ୍ରିକେଟର ଜାଭେଦ ମିଆଁଦାଦ ଏବଂ ଭାରତୀୟ କ୍ରିକେଟର କିରଣ ମୋରେଙ୍କ ମଧ୍ୟରେ ହୋଇଥିଲା ବଚସା । ମିଆଁଦାଦଙ୍କ ସେ ଭିଡିଓ ଆଜି ବି ଭାଇରାଲ ହୁଏ । ସେହିଭଳି ୧୯୯୬ ବିଶ୍ୱକପ ସମୟରେ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଆମେର ସୋହେଲ ଏବଂ ଭେଙ୍କଟେଶ ପ୍ରସାଦଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥିଲା ।

୨୦୦୫ରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସହିଦ ଆଫ୍ରିଦି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା କଟା ସେହିପରି ୨୦୧୦ ଏସିଆ କପ ମ୍ୟାଚରେ ଶୋଏବ ଅଖତର ଏବଂ ହରଭଜନ ସିଂଙ୍କ ମଧ୍ୟରେ ଅପ୍ରୀତିକର ଘଟଣା ଘଟିଥିଲା । ଖାଲି ପାକିସ୍ତାନ ନହେଁ, ଭାରତୀୟ କ୍ରିକେଟରଙ୍କ ସହ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଲଢେଇ ମଧ୍ୟ ବେଶ୍ ରୋଚକ ।


ସେଥିରୁ ଖୁବ୍ ଚର୍ଚ୍ଚିତ ମଙ୍କିଗେଟ୍ ବିବାଦ । ସିଡନୀ ଟେଷ୍ଟରେ ଆଣ୍ଡ୍ର୍ୟୁ ସାଇମଣ୍ଡସ ଏବଂ ହରଭଜନ ସିଂଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି ଝଗଡାକୁ ମଙ୍କିଗେଟ ନାମରେ ସମସ୍ତେ ଜାଣନ୍ତି । ଏହା ତ ଥିଲା ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା । ନିଜ ଦେଶର ଖେଳାଳିଙ୍କ ଝଗଡା ମଧ୍ୟରେ ଯେମିତି ଆମେ ଗମ୍ଭୀର-କୋହଲଙ୍କୁ ଦେଖିଲେ ।

ପୂର୍ବରୁ ମଧ୍ୟ ଗମ୍ଭୀର- କୋହଲି ବିବାଦ ହୋଇସାରିଛି । ଏମାନେ ଆଇପିଏଲର ଭିନ୍ନ ଭିନ୍ନ ଟିମର ହେଲେ ମଧ୍ୟ ଭାରତୀୟ । ତଥାପି ଝଗଡା ଲାଗିବାକୁ ପଛାଇନାହାନ୍ତି । ସେହିଭଳି ହରଭଜନ ସିଂ ଓ ଶ୍ରୀସନ୍ଥ । ଏମାନେ ଭାରତୀୟ ହେଲେ ବି ଆଇପିଏଲରେ ଅଲଗା ଅଲଗା ଦଳରୁ ଖେଳୁଥିଲେ । ମ୍ୟାଚରେ ଝଗଡା ହୋଇଥିଲା । ହରଭଜନ ଶ୍ରୀସନ୍ଥଙ୍କୁ ଚାପୁଡା ମାରିବାକୁ ପଛାଇ ନ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା