Before Header

୯/୧୧; ଆମେରିକା-ତାଲିବାନ ଶତ୍ରୁତାର ୨୦ ବର୍ଷ

0 21

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମସ୍ତେ ସ୍ତବ୍ଧ ହୋଇ ଦେଖୁଛନ୍ତି ତାଲିବାନର କ୍ରୁରତା । ଆମେରିକା ନିଜର ସୈନ୍ୟମାନଙ୍କୁ ଆଫଗାନିସ୍ତାନରୁ ହଟାଇବା ପରେ ହିଁ ଆରମ୍ଭ ହୋଇଥିଲା ତାଲିବାନର ରାଜୁତି । ଏପରିକି ଆତଙ୍କବାଦୀମାନଙ୍କୁ ନେଇ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଅକ୍ତିଆର କରିନେଇଛି ତାଲିବାନ । ହେଲେ ଆମେରିକା ଓ ତାଲିବାନର ଏହି ଛକାପଞ୍ଝା ସମ୍ପର୍କ ୨ ଦଶନ୍ଧି ପୁରୁଣା । ଠିକ୍ ୨୦ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଯେଉଁ ଯୁଦ୍ଧର ସେଣ୍ଟରରେ ଥିଲା ୱାର୍ଲଡ ଟ୍ରେଡ୍ ସେଣ୍ଟର । ୨୦୦୧ ମସିହା ଆଜିର ଦିନରେ ଆମେରିକାରେ ଘଟିଥିଲା ଛାତିଥରା ଘଟଣା ।

ଯାହାକୁ ସାରା ବିଶ୍ୱ ୦୯/୧୧ ଘଟଣା ନାଁରେ ଜାଣେ । ସେହିଦିନ ଦୁଇଟି ଏୟାର ଜେଟ୍ ନ୍ୟୁୟର୍କ ୱାର୍ଲ୍ଡ ବାଣିଜ୍ୟ କେନ୍ଦ୍ରର ଦୁଇଟି ଯୁଗ୍ମ ଟାୱାରରେ ଦୁର୍ଘଟଣା ଘଟାଇଥିଲେ । ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ଓସାମା ବିନ୍ ଲାଡେନ୍ ଭଳି ବିଶ୍ୱର ନମ୍ବର ୧ ଆତଙ୍କବାଦୀର ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା । ଆତଙ୍କବାଦୀ ସଂଗଠନ ଅଲକାଏଦା ନିଜକୁ ଏହି ହମଲା ପାଇଁ ଦାୟୀ କରିଥିଲା । ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଆତଙ୍କୀ ହମଲାରେ ଥରହର ହୋଇଉଠିଥିଲା । ସବୁଠାରୁ ବଡ଼କଥା ହେଲା, ଅଲକାଏଦା ଏସବୁ ଘଟାଇଥିଲା ଆଫଗାନିସ୍ତାନରୁ ଥାଇ ।

ତାଲିବାନ ସରକାରର ଛତ୍ରଛାୟାରେ ରହି । ସେହି ସମୟରେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲୁଥିଲା । ଏହାପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ଓସାମା ବିନ ଲାଡେନ ଓ ଅଲକାଏଦାର ଅନ୍ୟ ସମସ୍ତ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ହେଲେ ଆଫଗାନିସ୍ତାନରେ ତାଲିବାନର ସୁରକ୍ଷା ଅଧୀନରେ ଥିବା ମୁଖ୍ୟ ସନ୍ଦିଗ୍ଧ ଓସାମା ବିନ ଲାଡ଼େନକୁ ତାଲିବାନ ହସ୍ତାନ୍ତର କରିବା ବଦଳରେ ସପକ୍ଷରେ କଥା କହିଥିଲା । ବାସ୍ ଏହା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଯୁଦ୍ଧ । ନିଜ ଦେଶରେ ଘଟିଥିବା ଆକ୍ରମଣର ପ୍ରତିଶୋଧ ନେଇ ଆମେରିକା ଷଡଯନ୍ତ୍ର ରଚିଥିଲା ।

ଦୀର୍ଘଦିନ ଧରି ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ବିରୋଧରେ ଆକ୍ରାତ୍ମକ ଆଭିମୁଖ୍ୟ ରଖିଥିଲା ଆମେରିକା । ଆଫଗାନିସ୍ତାନରେ ଅନେକ ତାଲିବାନୀ କ୍ୟାମ୍ପକୁ ଏୟାରଷ୍ଟ୍ରାଇକ କରି ଆମେରିକା ଧ୍ୱଂସ କରିଦେଇଥିଲା । ଏହାର ପ୍ରଭାବ ଏତେ ମାତ୍ରାରେ ପଡ଼ିଥିଲା ଯେ ଆଫଗାନିସ୍ତାନକୁ ତାଲିବାନ ଛାଡି ପଳାଇଥିଲା । ଏହାପରେ ଆଫଗାନିସ୍ତାନରେ ସରିଆ ଆଇନ ବଦଳରେ ରାଷ୍ଟ୍ରପତି ଶାସନ ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନରେ ଆମେରିକା ନିଜ ସୈନିକମାନଙ୍କୁ ମୁତୟନ ମଧ୍ୟ କରିଥିଲା । ଅପରକ୍ଷରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ଆସି ଆଫଗାନିସ୍ତାନରୁ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିବାର ନିର୍ଦ୍ଦେଶ ଦେଇଥିଲେ ।

ଯାହାଫଳରେ ଦୀର୍ଘ ଦିନ ଧରି ସୁଯୋଗ ଖୋଜି ବସିଥିବା ତାଲିବାନକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଯାଇଥିଲା । ସୈନ୍ୟ ହଟିବାର ମାତ୍ର କିଛି ଦିନ ପରେ ହିଁ ଆଫଗାନିସ୍ତାନକୁ କବଜା କରିବାର ପ୍ରକ୍ରିୟା ତାଲିବାନ ଆରମ୍ଭ କରିଦେଇଥିଲା । ଏହା ପରେ ଅଳ୍ପ ଦିନ ମଧ୍ୟରେ ନିଜର ଅସଲ ଚେହେରାକୁ ବିଶ୍ୱକୁ ଦେଖାଇ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବଜା କରିନେଇଥିଲା । ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ସାରା ବିଶ୍ୱ ତାଲିବାନର କ୍ରୁରତାକୁ ଦେଖୁଥିଲେ ମଧ୍ୟ ମୁକ ହୋଇ ରହିଛି ।

ବାସ୍ତବରେ ସମୟ ସମୟର ହିଁ କଥା, କେତେବେଳେ ଆମେରିକା ତାଲିବାନ ଉପରେ ରାଜୁତି କରୁଥିବାବେଳେ ବର୍ତ୍ତମାନ ତାଲିବାନ ଆମେରିକାକୁ ଚେତାବନୀ ଦେଉଛି । ତେଣୁ କୁହାଯାଏ ଇତିହାସ ମୋଡ଼ ଲେଉଟାଏ । ୨୦ ବର୍ଷ ତଳେ ଯେଉଁ ତାଲିବାନ ପାଇଁ ଆମେରିକା ଥରି ଉଠିଥିଲା, ଆଜି ସେହି ତାଲିବାନ ପୁଣି ଆଫାଗାନିସ୍ତାନକୁ କବଜାକୁ ନେଇଛି, ଆଫଗାନିସ୍ତାନକୁ ଥରାଉଛି, କିନ୍ତୁ ଆମେରିକା ତାଲିବାନକୁ ଅଟକାଇବାକୁ ପ୍ରୟାସ ବି କରୁନି ।

Leave A Reply

Your email address will not be published.