Masthead

ବିହାର ଗସ୍ତରୁ ବିଜେପି କିଛି ପାଇବ ନାହିଁ: ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିକୁ ୨୦୨୪ ପରାଜୟର ଭୟ । ଅମିତ ଶାହାଙ୍କ ବିହାର ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ୨୦୨୪ ଲୋକସଭା ନିର୍ବାଚନରେ ବିହାରରୁ କମ୍‌ ଆସନ ପାଇବାକୁ ନେଇ ଭାଜପା ଭୟଭୀତ ହୋଇପଡ଼ିଛି, ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି ବୋଲି ତେଜସ୍ବୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆମର ମହାଗଠବନ୍ଧନ ବିଜେପିର ଚିନ୍ତା ବଢ଼ାଇଦେଇଛି। ସେମାନେ ରାଜ୍ୟରେ ଆସନ ହରାଇବେ ବୋଲି ଭୟ କରୁଛନ୍ତି।

ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି। ହେଲେ ଏହି ଗସ୍ତରୁ ବିଜେପି କିଛି ପାଇବ ନାହିଁ। ଏହାଛଡ଼ା ଭାଜପା ଦଙ୍ଗା କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତେଜସ୍ବୀ କହିଛନ୍ତି, ଦେଶରେ ଭାଜପାର କେବଳ ଗୋଟିଏ କାମ ରହିଛି, ସେଇଟି ହେଲା ସମାଜରେ ଘୃଣାଭାବକୁ ବଢ଼ାଇବା ଏବଂ ଦଙ୍ଗା ସୃଷ୍ଟି କରିବା। ହେଲେ ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେବୁ। ସରକାର କେଉଁ କାରଣକୁ ବିହାରକୁ ପ୍ରତାରଣା କରିଛନ୍ତି ତାହା ଶାହା କହିବା ଉଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ