Masthead

କାବୁଲରେ ବ୍ଲାକ ଆଉଟ

କାବୁଲ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ବିଦ୍ୟୁତ ବିଭ୍ରାଟ । ତାଲିବାନ ଦଖଲ କରିବା ପରେ ସୃଷ୍ଟି ହୋଇଛି ବିଦ୍ୟୁତ ସମସ୍ୟା । ବାଦ ପଡ଼ିନି ରାଜଧାନୀ କାବୁଲ । କାବୁଲ ସମେତ ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ହୋଇଛି । ଆଫଗାନିସ୍ତାନର ରାଷ୍ଟ୍ରାୟତ୍ତ ବିଦ୍ୟୁତ୍ କମ୍ପାନୀ ‘ଡା ଆଫଗାନିସ୍ତାନ ବ୍ରେଶନା ଶେରକାଟ (ଡିଏବିଏସ)’ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ତାଲିବାନ ଦଖଲ ହେବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ଓ ପାନୀୟ ସଙ୍କଟ ଦେଖାଦେଇଛି ।

ଉତ୍ତର ଆଫଗାନିସ୍ତାନର ବାଗଲାନ୍ ପ୍ରଦେଶରେ ବୈଷୟିକ ସମସ୍ୟା ହେତୁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି । ତେବେ ପାୱାର କମ୍ପାନୀ ଏହା ମଧ୍ୟ କହିଛି ଯେ ସେମାନଙ୍କର ବୈଷୟିକ କର୍ମଚାରୀମାନେ ଶୀଘ୍ର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ବିଦ୍ୟୁତ୍ ଯୋଗାଣ ପାଇଁ ଆଫଗାନିସ୍ତାନ ମଧ୍ୟ ଏସିଆର ଦେଶ ଉପରେ ନିର୍ଭରଶୀଳ ବୋଲି ଚର୍ଚ୍ଚା ହେଉଛି । ଆଫଗାନିସ୍ତାନ ଏହାର ୮୦ ପ୍ରତିଶତ ବିଦ୍ୟୁତ୍ ଉଜବେକିସ୍ତାନ ଏବଂ ତାଜିକିସ୍ତାନରୁ ପାଇଥାଏ । ତେବେ ଚଳିତ ବର୍ଷ ଅଗଷ୍ଟରେ ତାଲିବାନ ଅକ୍ତିଆର ହେବା ପରଠାରୁ ତାଲିବାନ ଏହି ଦେଶର ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ