Masthead

ମହାରାଷ୍ଟ୍ରରେ ବି କଂଗ୍ରେସ କଳି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରାୟତଃ ସବୁ ରାଜ୍ୟରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଏବେ ମହାରାଷ୍ଟ୍ରର ନାଁ ବି ସାମ୍ନାକୁ ଆସିଲାଣି । ଦଳ ପକ୍ଷରୁ କୈଳାଶ କଦମଙ୍କୁ ପିମ୍ପରୀଚିଞ୍ଚୱାଡରୁ ଅଧ୍ୟକ୍ଷ କରାଯିବା ପରେ ଦଳରେ କଳି ଆରମ୍ଭ ହୋଇଛି । କୈଳାଶଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦଳର କିଛି ନେତା ଖୁସି ନଥିବା ଜଣା ପଡ଼ିଛି । ସେମାନଙ୍କ ମତରେ କୈଳାଶ ହେଉଛନ୍ତି ଜଣେ ଦାଗୀ ନେତା ଏବଂ ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ।

ଆଉ ଏପରି ସମୟରେ ତାଙ୍କୁ ମିଳିଥିବା ଏହି ଦାୟିତ୍ୱ ସଂଗଠନ ପାଇଁ କ୍ଷତି ଆଣିପାରେ । ତେବେ କୈଳାଶଙ୍କ ନାଁରେ ପୁନେରେ ଅନେକ ଅପରାଧିକ ମାମଲା ରହିଛି । ହତ୍ୟା, ହତ୍ୟା ଉଦ୍ୟମ, ବଟି ଆଦାୟ ଭଳି ଅନେକ କେସ ତାଙ୍କ ନାଁରେ ରହିଛି । ତେବେ ତାଙ୍କୁ ପିମ୍ପରିଚିଞ୍ଚୱାଡା ଅଞ୍ଚଳରୁ ତଡିପାର୍ ମଧ୍ୟ କରାଯାଇଥିଲା । ତେବେ ତାଙ୍କୁ ଏଠାକାର ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧିଙ୍କ ଟିମ କରିଛି ବୋଲି କୁହାଯାଉଛି ।

ଏହି ଅଞ୍ଚଳରେ ଏକ ଉଗ୍ର ଚେହେରା ଚାହୁଁଥିଲା ଦଳ । ଯିଏ କି, ବିରୋଧୀଙ୍କୁ କଡ଼ା ଟକ୍କର ଦେଇପାରିବ । କିନ୍ତୁ ଏହାକୁ ନେଇ ଏବେ କଂଗ୍ରେସର ଅନେକ ନେତାଙ୍କ ଅଶାନ୍ତି ଦେଖାଦେଇଛି । ତେବେ କିଛି ଦିନ ହେଲା କଂଗ୍ରେସରେ ସବୁ କିଛି ଏପଟ ସେପଟ ଚାଲିଛି । ପଞ୍ଜାବ କଂଗ୍ରେସ‌ରେ କଳହ ଯୋଗୁଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଛତିଶଗଡ଼ରେ ଦଳର ଅର୍ନ୍ତକନ୍ଦଳ ପଦାକୁ ଆସିଛି। ସେଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ରାଜ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେବଙ୍କ ମଧ୍ୟରେ ଅନେକ ଦିନ ହେଲା ତୁତୁମେଁମେଁ ଲାଗିରହିଛି। ସେପଟେ ରାଜସ୍ଥାନରେ ମଧ୍ୟ କଳି ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼