Masthead

ଅଭୟାଙ୍କ ପାଇଁ କୋଲକାତା ଅନ୍ଧାର

କୋଲକତା (ବଡ଼ ଖବର ବ୍ୟୁରୋ): କୋଲକତା ପୀଡିତାଙ୍କ ନ୍ୟାୟ ପାଇଁ ପ୍ରତିବାଦ । ରାତି ଅଧରେ ରାଜରାସ୍ତାକୁ ଓହ୍ଲାଇଲେ ଜନତା । ରାତି ୯ଟାରୁ ୧୦ଟା ଯାଏ ପୂରା କୋଲକାତାରେ ଲାଇଟ୍‌ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି ରାଜନେତାଠାରୁ ନେଇ ସାଧାରଣ ଲୋକେ । ଏହି ସମୟରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇବା ସହ କ୍ୟାଣ୍ଡେଲ ଓ ମଶାଲ ଧରି ନ୍ୟାୟ ଦିଅ ନାରା ଲଗାଇଥିଲେ । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧ ଘଣ୍ଟା ଅନ୍ଧାର ହୋଇଥିଲା କୋଲକତା ସହର। ସାରା ରାତି ହେଲା ବିକ୍ଷୋଭ ପ୍ରଦର୍ଶନ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଦ୍ୱିତୀୟ ‘ରିକ୍ଲେମ ଦ ନାଇଟ୍’ ଜନ ଆନ୍ଦୋଳନରେ ଅଂଶଗ୍ରହଣ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ମହିଳା।

କୋଲକାତାର ମୁଖ୍ୟରାସ୍ତାରେ ମାନବ ଶୃଙ୍ଖଳା ସୃଷ୍ଟି କରିବା ସହ ହାତରେ ବିଭିନ୍ନ ସ୍ଲୋଗାନ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି ସମାଜର ବିଭିନ୍ନ ବର୍ଗର ମହିଳା। ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ବିରୋଧ କରିବା ସହ ‘ଆଲୋକ ହେଉ, ନ୍ୟାୟ ହେଉ’ ନାମକ ଏକ ବାର୍ତ୍ତା ଦେଇଥିଲେ। ବିକ୍ଷୋଭକାରୀ ଡାକ୍ତରମାନେ ଦୀପ ପ୍ରଜ୍ୱଳନ ପାଇଁ ଆହ୍ବାନ ଦେଇଥିବା ବେଳେ ରାଜ୍ୟବ୍ୟାପୀ ପଦଯାତ୍ରା ସମୟରେ ପ୍ରଦର୍ଶନକାରୀମାନେ ଟର୍ଚ୍ଚ ଜଳାଥିଲେ ଏବଂ ମହମବତୀ ଧରିଥିଲେ। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ