Masthead

ଗୋଟେ ଦେଶରେ ବିଜେଡିର ଥିଲା ଦୁଇଟି ନୟମ

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ଦେଶର ତାଳରେ ତାଳ ଦେଇ ଆଗେଇବ ଓଡ଼ିଶା । ରହିବ ନି ପାର୍ଥକ୍ୟ । ଦୂର ହେଲା ପଞ୍ଚାୟତିରାଜ ଦିବସରୁ ନେଇ ଥିବା ଦ୍ୱନ୍ଦ । ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ରେ ରାଜ୍ୟରେ ପାଳିତ ହେବ ପଞ୍ଚାୟତିରାଜ ଦିବସ । ବିଦ୍ଧିବଧ ଘୋଷଣା କଲେ ରାଜ୍ୟ ସରକାର । ଚିହିଁକି ଉଠିଲା ବିଜେଡି, ବିଜୁଙ୍କ କାର୍ଡ ଖେଳିବାକୁ ବସିଲା ଦଳ । ୨୪ବର୍ଷ ନାଁ ନେଇ ହେଉଥିଲେ ପାର । ଅନ୍ୟ ମହାପୁରୁଷ ମାନଙ୍କୁ କରିଚାଲିଥିଲା ଅଣଦେଖା! କିନ୍ତୁ ୨୪ନିର୍ବାଚନରେ ବଦଳିଲା ଶାସନ । ବଦଳିଲା ନିୟମ । ଗୋଟିଏ ଦେଶରେ ଗୋଟିଏ ନିୟମରେ ଆଗକୁ ବଢିବ ରାଜ୍ୟ । ସ୍ୱରରେ ସ୍ୱର ମିଶାଇଲା କଂଗ୍ରେସ । ମୁଁତୋଡ ଜବାବ ଦେଲେ ରାଜସ୍ୱ ମନ୍ତ୍ରୀ । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କୁ ଅପମାନିତ । ସରକାର ହିନ ମାନ୍ୟତାର ପରିଚୟ ଦେଲେ । ଅସ୍ମିତାକୁ ଅପମାନିତ କରିବା ସଦୃଶ୍ୟ । ୩୦ବର୍ଷ ଧରି ପାଳିତ ହୋଇଆସୁଥିଲା । ଏଥିରେ କୈାଣସି ଅସମ୍ବିଧାନିକ କି ରାଜନୈତିକ ଉଦେ୍ଦଶ୍ୟ ନଥିଲା ।

ବିଜୁବାବୁଙ୍କ ଅସ୍ଥିତ୍ୱକୁ ଲୁଚାଇବାକୁ ପ୍ରୟାସ ହେଉଥିବା ରଣେନ୍ଦ୍ର କହିଥିବା ବେଳେ କଂଗ୍ରେସ କହିଛି ସରକାରଙ୍କ ନିଷ୍ପତ୍ତି ଠିକ୍ ନୁହେଁ । ସରକାର ବିଚାର କରନ୍ତୁ । ପଞ୍ଚାୟତିରାଜ ଦିବସର ତାରିଖ ପରିବର୍ତ୍ତନକୁ ନେଇ ବିରୋଧୀଙ୍କ ମନ୍ତବ୍ୟକୁ କଟାକ୍ଷ କରିବା ସହ ସ୍ୱାଧୀନତା କି ଗଣତନ୍ତ୍ର ଦିବସ ଅଲଗା ଦିନରେ ପାଳିବା କି ପ୍ରଶ୍ନ କରି ବିଜେଡିକୁ କାଠଗଡାରେ ଠିଆ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ସୁରେଶ କହିଛନ୍ତି ବିଜୁବାବୁ ଓଡ଼ିଶାର ବରପୁତ୍ର । ଏଥିରେ କାହାର ସନେ୍ଦହ ନାହିଁ । ସେ ବିଜେଡିର ସମ୍ପତ୍ତି ନଥିଲେ, ଜାତୀୟ ସମ୍ପତ୍ତି ଥିଲେ । ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ । ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରଲି ୨୪ରେ ପାଳିତ ହେଉଥିବା ବେଳେ ବିଜେଡି କିମ୍ବା ଜନତା ଦଳ କାହିଁକି ଏହି ଦିନରେ ରାଜ୍ୟରେ ପାଳନ କରିନାହିଁ । ତେଣୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସକୁ ପାଳନ କରିବେ ସରକାର ।

ପଞ୍ଚାୟତିରାଜ ଦିବସ ପାଳନ ହେଉଥିବାରୁ ଛୁଟି ରହୁଥିଲା ଆଉ ଛୁଟି କାହିଁକି ରହିବ । ଦେଶ ଗୋଟେ କିନ୍ତୁ ରାଜ୍ୟରେ ଆଉ ଗୋଟେ ନିୟମ କରି ୨୪ବର୍ଷ ଶାସନ ଚଳାଇଥିଲା ବିଜେଡି । ସେଥିରେ ଲାଗିଲା ବ୍ରେକ୍ । ଦେଶ ପାଳୁଥିବା ଦିନରେ ଓଡ଼ିଶା ପାଳିବ ପଞ୍ଚାୟତିରାଜ ଦିବସ । ରହିବନି ଭେଦଭାବ । ବିଜୁଙ୍କ ଜନ୍ମ ଜୟନ୍ତୀ ବଦଳରେ ଏପ୍ରିଲ ୨୪ରେ ରାଜ୍ୟ ପାଳିବ ଜାତୀୟ ପଞ୍ଚାୟତିରାଜ ଦିବସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ