ପୋଲିସ ଗୁଳିରେ ଟଳିଲେ ୪ ଗ୍ୟାଙ୍ଗଷ୍ଟାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାତି ଅଧରେ ଥରିଲା ରାଜଧାନୀ । ପୋଲିସ ଗୁଳିରେ ଟଳିଲେ ୪ ଗ୍ୟାଙ୍ଗଷ୍ଟାର । ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏହି ଘଟଣା । ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟର୍‌ଙ୍କୁ ପୋଲିସର ଏନ୍‌କାଉଣ୍ଟର । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍‌କାଉଣ୍ଟର । ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍‌କାଉଣ୍ଟର । ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ଏହି ସଫଳତା ମିଳିଛି । ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି ୪ ଅପରାଧୀ । ସିଗମା ଆଣ୍ଡ୍ କମ୍ପାନୀ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍।

ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଚାଲିଥିଲା ଅପରେସନ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟ୍‌ରେ ଥିଲେ ୪ ଅପରାଧୀ । ‘ସିଗ୍‌ମା ଆଣ୍ଡ୍ କମ୍ପାନୀ’ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍ ଥିଲେ ଏମାନେ । ତେବେ ଆଗାମୀ ବିହାର ନିର୍ବାଚନରେ ଏହି ଗ୍ୟାଙ୍ଗ୍ ବିସ୍ଫୋରଣ ଯୋଜନା କରୁଥିବା ନେଇ ସୂଚନା ପାଇଥିଲା ପୋଲିସ ।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ବୁଧବାର-ଗୁରୁବାର ରାତି ପ୍ରାୟ ୨.୨୦ରେ ହୋଇଥିବା ଏହି ଏନକାଉଣ୍ଟରରେ ବିହାରର ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଗ୍ୟାଙ୍ଗ ଲିଡର ରଞ୍ଜନ ପାଠକ ମଧ୍ୟ ନିହତ ହୋଇଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ପୋଲିସର ପାଲଟା ଗୁଳି ଚାଳନାରେ ୪ ଅପରାଧିଙ୍କର ମୃତ୍ୟୁ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ