Masthead

ସାବଧାନ! ମଣିଷ ଖାଉଛି ଗଧିଆ!

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ମଣିଷଖିଆ ଗଧିଆର ଆତଙ୍କ । ଯାହାକୁ ପାଉଛି ତାକୁ କରୁଛି ଟାର୍ଗେଟ । ଛୋଟଠୁ ବଡ଼ ଯାହାକୁ ପାଉଛି ତାଙ୍କୁ ଝୁଣି ପକାଉଛି । ଆଉ ବିଶେଷ କରି ଛୋଟଛୁଆଙ୍କୁ ଦେଖିଲେ ଟାଣି ନେବାକୁ ପଛାଉନି । ଏମିତିକି ମାଆ କୋଳରୁ ଶୋଇଥିବା ଅବସ୍ଥାରେ ଟାଣି ନେଇଛି ମଣିଷଖିଆ ଗଧିଆ । ଉତ୍ତରପ୍ରଦେଶର ବାହାରାଇଚ ଜିଲ୍ଲାରେ ଏବେ କୋକୁଆ ଭୟ ସୃଷ୍ଟି କରିଛି ଗଧିଆ । ଗଧିଆକୁ ଦେଖିବା ଦୂରର କଥା ଗଧିଆ ନାଁ ଶୁଣିଲେ ଭୟରେ ଲୋକ ଥରହର ହୋଇପଡ଼ୁଛନ୍ତି । ଗଧିଆକୁ ଧରିବା ପାଇଁ ବନ ବିଭାଗ ଜୋରଦାର ଚଲାଇଛି ସର୍ଚ୍ଚ ଅପରେସନ ।

ବହୁ ଚେଷ୍ଟା ପରେ ବନ ବିଭାଗ ୪ଟି ଗଧିଆ ଧରିବାରେ ସଫଳ ହୋଇଛି । ଏବେବେ ବି ଆଉ ଦୁଇଟି ଗଧିଆ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ସେପଟେ ମଣିଷଖିଆ ଗଧିଆର ଏଭଳି ଆକ୍ରମଣ ଦେଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ଦେଇଛନ୍ତି । ଯୋଗୀ କହିଛନ୍ତି ମଣିଷଖିଆ ଗଧିଆକୁ ଯେଉଁଠି ଦେଖୁଛ ଗୁଳି କର । ଖାଲି ସେତିକି ନୁହେଁ ଏଭଳି ପରିସ୍ଥିତିରେ ଗଧିଆମାନଙ୍କୁ ଦେଖୁ ଦେଖୁ ମାରିଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ଜଙ୍ଗଲ ମନ୍ତ୍ରୀ । ମନ୍ତ୍ରୀ ଅରୁଣ ସକସେନା କହିଛନ୍ତି ଗଧିଆକୁ ଧରିବାକୁ ଆମେ ଚେଷ୍ଟା କରୁଛୁ । ଏଥିପାଇଁ ଲଗାତାର ପ୍ରୟାସ କରାଯାଉଛି । ହେଲେ ଧରା ପଡ଼ୁନାହାନ୍ତି ।

ତେଣୁ ସେମାନଙ୍କୁ ଦେଖୁ ଦେଖୁ ମାରିଦେବା ଉଚିତ । ଗଧିଆ ମରିବା ଭୁଲ ହେବ ନାହିଁ କାରଣ ଆମେ ଆଉ ଗଧିଆମାନଙ୍କୁ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଦେଇପାରିବୁ ନାହିଁ । ସୋମବାର ରାତିରେ ଜଣେ ୫ ବର୍ଷର ଶିଶୁ ଉପରେ ମଧ୍ୟ ଗଧିଆ ଆକ୍ରମଣ କରିଥିଲା। ଶିଶୁଟି ତା’ ଜେଜେ ମା’ ପାଖରେ ଶୋଇଥିବା ବେଳେ ତା’ ଉପରେ ଗଧିଆ ଆକ୍ରମଣ କରିଥିଲା। କିନ୍ତୁ ସମ୍ପୂର୍ଣ୍ଣ ଭାବେ ମାରିବା ପୂର୍ବରୁ ଶିଶୁଟିକୁ ତା’ ପରିବାର ସଦସ୍ୟ ବଞ୍ଚାଇ ଦେଇଥିଲେ। ଶିଶୁଟି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ବହରାଇଚରେ ଗଧିଆ ଆକ୍ରମଣରେ‌ ମୋଟ୍‌ ୩୪ ଜଣ ଆହତ ହୋଇଛନ୍ତି। ସମସ୍ତେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ମାର୍ଚ୍ଚ ୧୮ ତାରିଖ ଠାରୁ ଏଯାବତ ରାଜ୍ୟରେ ୧୦ ଜଣ ଲୋକଙ୍କର ଗଧିଆ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ବୟସ ୮ବର୍ଷରୁ କମ୍‌ ଏବଂ କେବଳ ଜଣେ ୫୫ ବର୍ଷୀୟା ମହିଳା ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା