Masthead

ରକ୍ତରଞ୍ଜିତ ସମ୍ବଲପୁର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ନୂଆଁଖାଇରେ ରକ୍ତରେ ଭିଜିଲା ସମ୍ବଲପୁର । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୨୦ରୁ ଅଧିକ ଦୁର୍ବୃତ୍ତ । ଏହି ଘଟଣାରେ ୧୦ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶନିବାର ପୂରା ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ। ନୂଆଁଖାଇରେ ରକ୍ତରଂଜିତ ହୋଇଛି ସମ୍ବଲପୁର ସହର ଅଇଁଠାପାଲି ଥାନା ଦାନୀପାଲି ମାଟି। ଜଣେ ଯୁବକଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ସବମୁଖର ଥିବା ସହରରେ ହଠାତ୍ ଆତଙ୍କ ଖେଳି ଯାଇଥିଲା।

ଏହି ଘଟଣାରେ ୧୦ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସଦର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ କହିବା ଅନୁଯାୟୀ ଶନିବାର ଦିନ ଅପରାହ୍ନ ପ୍ରାୟ ୨ଟା ବେଳେ ସନ୍ନିଙ୍କ ସାଙ୍ଗ ଓ ତାଙ୍କ ସ୍ତ୍ରୀ ବାଇକରେ ଯାଉଥିଲେ। ଏହି ସମୟରେ ଦଶମତୀ ପଡ଼ାର କିଛି ଯୁବକଙ୍କ ସହିତ ତାଙ୍କର ଧକ୍କା ହୋଇଥିଲା। ପରେ ସନ୍ନିଙ୍କ ସାଙ୍ଗ ଓ ଦଶମତୀ ପଡ଼ାର ଯୁବକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ଏହାପରେ ସେ ଏ ବାବଦରେ ସନ୍ନି ଓ ତାଙ୍କର କିଛି ଯୁବକଙ୍କୁ ଏ ବିଷୟରେ କହି ସେଠାକୁ ଡାକିଥିଲେ। ଦଶମତୀ ପଡ଼ାର ପିଲାମାନେ ମଧ୍ୟ ତାଙ୍କର ଆଉକିଛି ସାଙ୍ଗଙ୍କୁ ସେଠାକୁ ଡାକିଦେଲେ। ଫଳରେ ଘଟଣାସ୍ଥଳରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ବଢ଼ିଥିଲା। ଦଶମତୀ ପଡ଼ାର ୧୦ରୁ ଅଧିକ ଯୁବକ ଏକା ବେଳେ ସନ୍ନିଙ୍କୁ ଗୋଡ଼ାଇ ଥିଲେ। ଦାନିବନ୍ଧ ନିକଟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।

ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡଙ୍କୁ ଆକ୍ରମଣ କରାଯାଇଥିଲା। ସୌମ୍ୟଙ୍କ ମୁଣ୍ଡ ଓ ଶରୀରରେ ଏକାଧିକ ଆଘାତ ଲାଗିଛି। ଅନ୍ୟପଟେ ଅଇଁଠାପାଲି ଥାନାରେ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଥିବା କିଛି ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ