Masthead

ବ୍ଲାକ୍ ଫ୍ରାଇଡେ, ଭିନ୍ନ ଭିନ୍ନ ଘଟଣାରେ ଗୋଟିଏ ଦିନରେ ୧୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଥିଲା ବ୍ଲାକ୍ ଫ୍ରାଇଡେ । ଭିନ୍ନ ଭିନ୍ନ ଘଟଣାରେ ଗୋଟିଏ ଦିନରେ ୧୨ ଜଣଙ୍କ ମୃତ୍ୟୁ । ସବୁଠି ଶୋକର ଛାୟା । ସମ୍ବଲପୁର ପରମାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଡ୍ରାଇଭର ୟୁ ଟର୍ଣ୍ଣ ରାସ୍ତା ଜାଣିପାରିନଥିବାରୁ ଶାସନ କେନାଲ ଭିତରକୁ ପସିଗଲା ବରଯାତ୍ରୀ ବୋଲେରୋ । ସେଠାରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଗାଡିରେ ୧୧ ଜଣ ଥିବା ଜଣାପଡ଼ିଛି । ମୃତକଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ଗୋଟିଏ ଘଟଣାରେ ୭ ଜଣଙ୍କ ମୃତ୍ୟୁକୁ କେହି ଗ୍ରହଣ କରିପାରୁନଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ସ୍ଥାନରେ ଜଳିଛି ୭ଜଣଙ୍କ ଜୁଇ ।

ସେପଟେ ସକାଳୁ ସକାଳୁ ନୟାଗଡ଼ରୁ ଆସିଥିଲା ଭୟଙ୍କର ଦୁର୍ଘଟଣା ଖବର । ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଓଡ଼ଗାଁ ଥାନା ପଥରା ଗାଁ ନିକଟରେ ଗଛକୁ ପିଟିଥିଲା ବାଇକ । ଘଟଣା ସ୍ଥଳରେ ହିଁ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କୁ ଉଦ୍ଧାର କରି ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତଙ୍କ ଘର ରୋହିବାଙ୍କ ପଂଚାୟତ ମହେଶ୍ୱରପୁର ଗାଁରେ । ସେପଟେ ବାଲେଶ୍ୱରରେ ଉଚ୍ଚ ଶିକ୍ଷିତ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଫକିରମୋହନ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଡେଇଁ ଜଣେ ମେଡିକାଲ ଛାତ୍ର ମୃତ୍ୟୁବରଣ କରିଛନ୍ତି । ସେ ଏମବିବିଏସର ତୃତୀୟ ବର୍ଷର ଛାତ୍ର ଥିବା ବେଳେ ତାଙ୍କ ନାମ ହିତାଂଶୁ ଦାସ । ହିତାଂଶୁ ରାତିରେ ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ ।

ରୁମକୁ ଫେରିବା ପରେ ବାପାଙ୍କୁ ଲେଖିଥିଲେ ଯେ ଆଇ ଲଭ୍ ୟୁ ବାପା । ଆଉ ତାପରେ ଛାତରୁ ଡେଇଁ ପଡ଼ିଥିଲେ । ମୃତକ ଛାତ୍ରଙ୍କ ଘର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଭୀମପୁର ଅଂଚଳର ବୋଲି ଜଣାପଡିଛି । କଲେଜ ଡିଏନ୍ ଓ ଷ୍ଟଡି ଲୋନ୍ ପାଇଁ ତାଙ୍କ ପୁଅ ମାନସିକ ଚାପରେ ରହୁଥିଲେ । ସେଥିପାଇଁ ଏଭଳି ଚରମ ନିଷ୍ପତି ନେଇଥିବା ଅନୁମାନ କରିଛନ୍ତି ହିତାଂଶୁଙ୍କ ବାପା ଚନ୍ଦ୍ରକାନ୍ତ ଦାସ । ସେପଟେ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ପୋଲିସ । ସେପଟେ ଭୁବନେଶ୍ୱର ଦୟାନଦୀରୁ ଉଦ୍ଧାର ହୋଇଛି ନାବାଳକର ମୃତଦେହ । ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ଗତକାଲି ଭୁବନେଶ୍ୱର ଲିଙ୍ଗିପୁର ନିକଟରୁ ଭାସି ଯାଇଥିଲେ ନାବାଳକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ