Masthead

କୋଶଳୀ ଭାଷାକୁ ୮ମ ଅନୁଛେଦରେ ସାମିଲ ଦାବି,୨୨ରୁ ପଦଯାତ୍ରା

ବଲାଙ୍ଗୀର  (ବଡ଼ ଖବର ବ୍ୟୁରୋ): ଓଲିଓଡ କଲି ଥମିନଥିବା ବେଳେ ଏବେ ଭାଷା ଆନ୍ଦୋଳନ ତେଜିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ ସ୍ୱାଭିମାନ ପାଇଁ ଆସନ୍ତା ୨୨ ତାରିଖରୁ ସ୍ୱାଭିମାନ ପଦଯାତ୍ରା ଆରମ୍ଭ ହେବ। ଏନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ପଶ୍ଚିମ ଓଡିଶା ପିପୁଲସ ଫୋରମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୀଠ ନୃସିଂହ ନାଥରୁ ଏହି ପଦଯାତ୍ରା ଆରମ୍ଭ ହେବ। ପଦଯାତ୍ରା ନୂଆପଡ଼ା, ଖରିଆର, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ପାଟଣାଗଡ଼, ବଲାଙ୍ଗୀର, ଲୋଇସିଂହା,ସୋନପୁର, ବରପାଲି,ବରଗଡ଼, ସମ୍ବଲପୁର ଦେଇ ସୁନ୍ଦରଗଡ଼ ଜିଲ୍ଲା ପର୍ୟ୍ୟନ୍ତ ୨୭ ତାରିଖ ଯାଏ ଚାଲିବ । ବିଶେଷ କରି ୫ ଦଫା ଦାବି ନେଇ ଏହି ସ୍ୱାଭିମାନ ପଦଯାତ୍ରା କରାଯାଉଛି ।

ଭାଷା ସଂସ୍କୃତିକୁ ରାଜ୍ୟର ଅନ୍ୟତମ ଭାଷା ଭାବେ ସମ୍ବିଧାନର ୮ମ ଅନୁଛେଦରେ ସାମିଲ, ପ୍ରାଥମିକ ସ୍ତରରେ କୋଶଳୀ ଭାଷାକୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳନ, ସଙ୍ଗୀତ ନାଟକ ଏକାଡେମୀ ପ୍ରତିଷ୍ଠା ସହ ପଶ୍ଚିମ ଓଡ଼ିଶାରେ ଏକ ସିନେମା ଶିଳ୍ପ ପାଇଁ ୨ ଶହ ଏକର ଜମି ପ୍ରଦାନ ପାଇଁ ଦାବି କରାଯାଇଛି । ସେହିପରି ଅଭିନେତା ମନୋଜ ମିଶ୍ର କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ଭାଷା ସଂସ୍କୃତି ଆରମ୍ଭରୁ ସମୃଦ୍ଧ ରହିଛି। ତେଣୁ ଏହି ଭାଷା ସାରା ଦେଶରେ ପହଂଚିବା ଆବଶ୍ୟକ। ଏଥିଲାଗି ଭାଷା ସ୍ଵୀକୃତି ମିଳିବା ସହ ରାଜ୍ୟର ଦ୍ଵିତୀୟ ଭାଷା ଭାବେ ପ୍ରଚଳନ କରାଯିବାକୁ ସେ ଦାବି କରିଛନ୍ତି । ଭାଷା ପାଇଁ ଦୀର୍ଘ ଦିନର ଦାବି ହେଇ ଆସୁଥିବା ବେଳେ ଆଞ୍ଚଳିକ ଭାଷାରେ ସିନେମା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଭିନେତା ମନୋଜ ମିଶ୍ର । ତେବେ ଭାଷା ସ୍ଵୀକୃତି ମିଳିଲେ ଏଠିକାର କଳା, କଳାକାର ଆହୁରି ସମୃଦ୍ଧ ହେବ ବୋଲି ସେ କହିଛନ୍ତି । ତେଣୁ ଭାଷା ଆନ୍ଦୋଳନ ନେଇ ଆସନ୍ତା ୨୨ ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ପଦଯାତ୍ରାରେ ଅଧିକ ଲୋକ ସାମିଲ ହେବାକୁ ଅପିଲ କରିଛନ୍ତି ମନୋଜ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ