Masthead

ଶିମିଳିପାଳରେ ଶୂନ ଡିଗ୍ରୀ, ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଡ଼ରେ ଥରୁଛି ସାରା ଓଡ଼ିଶା । ହାଡ଼ ଭଙ୍ଗା ଶୀତରେ ଘରୁବାହାରିବା ହେଉଛି ମୁସ୍କିଲ । ସକାଳୁ କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ । ଶିମିଳିପାଳରେ ଶୂନ ଡିଗ୍ରୀ ଛୁଇଁଛି ତାପମାତ୍ରା । କାଶ୍ମୀର ପାଲଟି ଯାଇଛି ଆଭ୍ୟନ୍ତରୀଣ ଶିମିଳିପାଳ । କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି । ଏନେଇ ଶିମିଳିପାଳ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପାଣିପାଗ ବିଭାଗର ସୂଚନା ଅନୁସାରେ କନ୍ଧମାଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

କୋରାପୁଟ ସେମିଳିଗୁଡାରେ ୫ ଦଶମିକ ୭, ସୁନ୍ଦରଗଡ଼ କୋରେଇରେ ୬ ଦଶମିକ ୬, କୋରାପୁଟରେ ପାରଦ ରହିଛି ୭ ଦଶମିକ ୬ ଡିଗ୍ରୀ । ୧୬ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେହିପରି ଭୁବନେଶ୍ୱର ଓ କଟକର ତାପମାତ୍ରା ୧୨ ଡିଗ୍ରୀକୁ ଖସି ଆସିଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜିଠାରୁ ଧୀରେ ଧୀରେ ଶୀତ କମିବ । ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ୨୪ ତାରିଖ ସକାଳ ପର୍ୟ୍ୟନ୍ତ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ ଆଦି ସ୍ଥାନରେ ଆଜି ରାତି ଓ ଆସନ୍ତାକାଲି ସକାଳେ ଘନ କୁହୁଡିର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା