Masthead

ଲାଞ୍ଚ ନଦେଲେ ମିଳୁନି ମୃତ୍ୟୁ ପ୍ରମାଣପତ୍ର

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ କାରବାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବେତନଟୀ ଡାକ୍ତରଖାନାରେ ସୋମବାର ମୃତ୍ୟୁ ପ୍ରମାଣପତ୍ର ନେବାକୁ ଆସିଥିବା ଜନୈକ ଗରିବ ଶ୍ରେଣୀର ତଥା ଅସହାୟ ସ୍ୱାମୀଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀ ମନମୋହନ ମହାନ୍ତ ଏକହଜାର ଟଙ୍କା ଦାବି କରିଥିଲେ । ମୁଲଚାଲ ପରେ ଶେଷରେ ଶହେ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହେଉଛି ।

ସୂଚନା ମୁତାବକ ବୈଶିଙ୍ଗା ଥାନା ପତଡା ଗ୍ରାମର ଦେବାଶିଷ ଦାସଙ୍କ ପତ୍ନୀ ସୁଷମା ଚଳିତବର୍ଷ ଜାନୁଆରୀ ୨୫ରେ ଫାଶୀଦେଇ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଦେବାଶିଷ ପ୍ରାୟ ଦୁଇମାସ ପୂର୍ବରୁ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ସେତେବେଳେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦାୟିତ୍ୱରେ ଥିବା ମନମୋହନ ମହାନ୍ତ ଏକହଜାର ଟଙ୍କା ଦାବି କରିଥିବା ଦେବାଶିଷ ସୂଚନା ଦେଇଛନ୍ତି । ତେବେ ଗରିବ ହୋଇଥିବାରୁ ଏତେଗୁଡିଏ ଟଙ୍କା ନଥିବା ଏବଂ ପ୍ରମାଣପତ୍ର ନେବା ସମୟରେ ସକ୍ଷମ ମୁତାବକ କିଛି ଟଙ୍କା ଦେବାନେଇ ଦେବାଶିଷ ପ୍ରତିଶୃତି ଦେଇଥିଲେ ।

ମାତ୍ର ସୋମବାର ମୃତ୍ୟୁ ପ୍ରମାଣ ପତ୍ର ନେବାପାଇଁ ଦସ୍ତଖତ କରିବା ସମୟରେ ଟଙ୍କା କାହିଁ ବୋଲି କର୍ମଚାରୀ ମନମୋହନ ପଚାରିଥିଲେ । ଏହାପରେ ମୁଲଚାଲ ପରେ ଶହେ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଏନେଇ ମନମୋହନଙ୍କୁ ପଚାରିବାରୁ ସେ ନିରୁତ୍ତର ରହିଥିବାବେଳେ ଡାକ୍ତରଖାନା ଅଧିକାରୀ ସିପୁନ କୁମାର ପଣ୍ଡା ଏନେଇ ଅଭିଯୋଗ ଆସିଲେ ତଦନ୍ତ ପୂର୍ବକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ