Masthead

ବର୍ଷା ଧୋଇନେଲା ବ୍ରିଜ, ବିଛିନ୍ନ ହେଲା ଯୋଗାଯୋଗ

ଗଜପତି(ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ଗୋସାଣି ବ୍ଲକ କେରାଣ୍ଡି ପଞ୍ଚାୟତର ଡାଲିମ୍ବପୁର, ଅମରା ଓ ରାଟିଣି, ଯିବା ମୁଖ୍ୟରାସ୍ତାକୁ ଯାତାୟତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା ।ହେଲେ ଗତ ୩ଦିନ ଧରି ଗଜପତି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇଯାଇଛି । ଯାହାଦ୍ୱାରା ଅମରା,ଡାଲିମ୍ବପୁର, ରାଟିଣି ୩ଖଣ୍ଡ ଗାଁର ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । କୌଣସି ଜରୁରୀକାଳୀନ ପରିସ୍ଥିତିରେ ପାରଳାଖେମୁଣ୍ଡି ସହ ଯୋଗାଯୋଗ କରିବା ପାଇଁ ମଧ୍ୟ ଲୋକଙ୍କ ପକ୍ଷରେମୁସ୍କିଲ ହୋଇପଡିଛି ।

ବର୍ତ୍ତମାନ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ନାହାନ୍ତି । ଲୋକମାନେ ନିଜର ଜୀବନ ଜୀବିକା ଠାରୁ ଆରମ୍ଭକରି ଦୈନନ୍ଦିନ ସମସ୍ତ କାମ ପାଇଁ ନିର୍ଭର କରୁଥିଲେ ଏହି ରାସ୍ତା ଉପରେ । ତେବେ ବର୍ତ୍ତମାନ ପାରଳାଖେମୁଣ୍ଡି ସହ ଯୋଗାଯୋଗ କରିବାକୁ ହେଲେ ଆନ୍ଧ୍ର ପଟରୁ ୧୪କିଲୋମିଟର ବୁଲି ଆସିଲା ପରେ ଯାଇ ପାରଳାଖେମୁଣ୍ଡି ରେ ସେମାନେ ପହଞ୍ଚି ପାରିବେ । ଯାହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେଯଥାଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଲୋକେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା