Masthead

ହାଜତ ମୃତ୍ୟୁକୁ ମାନୁନାହାନ୍ତି ସାଗରିକା

ରାଉରକେଲା (ବଡ଼ ଖବର ବ୍ୟୁରୋ): ପୁରୀ ହାଜତ ମୃତ୍ୟୁକୁ ନେଇ ଚାଲିଛି ତୁମ୍ବିତୋଫାନ । ପୁରୀ ଏସପି ଏହି ଘଟଣାକୁ ଏକ ପ୍ରକାର ସ୍ୱୀକାର କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୋଲିସ ସପକ୍ଷରେ ବାହାରିଛନ୍ତି ସେଠାକାର ଏସପି ସାଗରିକା ନାଥ । ଗତ ୭ ତାରିଖରେ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଅପହରଣ କରାଯାଇଥିଲା । ଏହି ଅପହରଣର ମୁଖ୍ୟ ଅଭିଯୁକ୍ତ କରବଲହା ରୋଡର ସାରିକ ସଲମଙ୍କୁ ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଘରୁ ଉଠାଇ ନେଇଥିଲା । ତାଙ୍କୁ ପୋଲିସ ଥାନାରେ ନିସ୍ତୁକ ମାଡ଼ ମାରିବାରୁ ଗୁରତର ହୋଇପଡିଥିଲେ ବୋଲି ଅଭିଯୋଗ ହେଉଛି । ପ୍ରଥମେ ତାଙ୍କୁ କୁଆଁରମୁଣ୍ଡା ଡାକ୍ତରଖାନା ଓ ପରେ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ଆରଜିଏଚରେ ପହଞ୍ଚିବା ପୂର୍ବରୁ ସାରିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ଆରଜିଏଚ ଓ ବୀରମିତ୍ରପୁର ଥାନା ଆଗରେ ଉତ୍ତ୍ୟକ୍ତ ଲୋକମାନେ ହୋହାଲ୍ଲା କରିଥିଲେ । ପରିସ୍ଥିତି ଜଟିଳ ହେବାରୁ ବୀରମିତ୍ରପୁର ଥାନାରେ ପହଞ୍ଚିଥିଲେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି । ହାଜତ ମୃତ୍ୟୁକୁ ଏସପି ସାଗରିକା ନାଥ ଅସ୍ୱୀକାର କରିଥିବା ବେଳେ ମୃତ ସାରିକଙ୍କ ପରିବାରକୁ ଭେଟିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ