Masthead

ପାଇଖାନା ନିର୍ମାଣରେ ମହାଦୁର୍ନୀତି

ବେଲପଡ଼ା, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ‘ସ୍ୱଚ୍ଛ ଭାରତ ମିଶନ’ ଯୋଜନାରେ ମହାଦୁର୍ନୀତି ଅଭିଯୋଗ। ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛି ବେଲପଡ଼ା କୋଶଳ ସମନ୍ୱୟ ସମିତି। ବ୍ଲକରେ ଗତ ୬ ବର୍ଷରେ ୩୪ ହଜାର ୩୯୮ ପାଇଖାନା ନିର୍ମାଣ ହୋଇଥିବା ବେଳେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ସରକାରୀ ପ୍ରୋତ୍ସାହନ ମିଳୁଛି। ତେବେ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ଅନୁମତି ମିଳୁ ନ ଥିବା ଅଭିଯୋଗ ହେଉଛି। ସେହିପରି ଠିକାଦାର ସହ ସଲାସୁତୁରାରେ ପାଇଖାନା ନିର୍ମାଣ ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ନିର୍ମାଣ କାମ ନିମ୍ନମାନର ହୋଇଥିବା ସହ ବ୍ୟବହାର ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି।

ବେଲପଡ଼ା ବ୍ଲକ ତେତୁଳିମୁଣ୍ଡ ପଞ୍ଚାୟତ ଖଲିପଥର ଗ୍ରାମର ଭୋଳା ମେହେର ଓ ଦୀନବନ୍ଧୁ ମେହେର ପାଇଖାନା ନିର୍ମାଣ ନ କରି ୧୨ହଜାର ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ହିତାଧିକାରୀଙ୍କଠାରୁ ଜାଲିଆତି କରି ଟଙ୍କା ଉଠାଯାଉଥିବା ନଜରକୁ ଆସିଛି। ବୁଧବାର ରାଜ୍ୟ କୋଶଲ ସମନ୍ୱୟ ସମିତି ବେଲପଡ଼ା ଶାଖା ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ