Masthead

ବି ଏସ ଏଫ ଯବାନ କଲେ ଗଞ୍ଜେଇ ବେପାର

ଓଡ଼ିଶା ରୁ ଉତ୍ତରପ୍ରଦେଶ !

ବଡ଼ ଖବର ବ୍ୟୁରୋ।
ଜୟପୁର: ୭୨୯ କେଜି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିବାବେଳେ ୩ଟି ମୋବାଇଲ, ୯୯୦୦ ଟଙ୍କା, ଗୋଟିଏ ବାଇକ(ଓଡି-୧୦-ଏନ-୧୨୧୯) ସହ ଗୋଟିଏ ଟ୍ରକ (ୟୁପି-୧୫-ସିଟି-୨୮୪୮) ଓ ଇନୋଭା(ଡିଏଲ-୪-ସିଏଇ-୮୬୧୭) ଜବତ କରିଛି। ଅଭିଯୁକ୍ତମାନେ ହେଲେ ବିଏସଏଫର ଅବସରପ୍ରାପ୍ତ ଏସଆଇ ସୁନ୍ଦର ସିଂହ(୫୫), ରାହୁଲ ପ୍ରତାପ ସିଂହ (୩୭) ଓ ପ୍ରଫୁଲ ଖେମୁଣ୍ଡୁ(୨୪) ଓରଫ ରାହୁଲ।
ତେବେ ସବୁଠୁ ବିଡମ୍ବନାର ବିଷୟ ଏହା ଯେ ଚଳିତଥର ‌ଗଞ୍ଜେଇ ଚୋରା ଚାଲାଣରେ ଗିରଫ ହୋଇଛନ୍ତି ଯେ ଜଣେ ବିଏସଏଫର ଅବସରପ୍ରାପ୍ତ ଏସଆଇ ସୁନ୍ଦର ସିଂହ(୫୫)। ସେ କପୁଆଡାରେ ବିଏସଏଫର ଏଫଏଚକ୍ୟୁ ସେକ୍ସନରେ କାର୍ଯ୍ୟରତ ଥିବାବେଳେ ୨୦୦୬ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ସେ ଗାଡିରେ ବିଏସଫର ଲୋଗୋ ଲଗାଇ ପାଡୁଆରୁ ୟୁପିକୁ ଦୁଇରୁ ତିନିଥର ଗଞ୍ଜେଇ ନେଇଥିବା ମାନିଛନ୍ତି। ତାଙ୍କ ଘର ୟୁପିର ମେରୁଟ ଡିଫେନ୍ସ କଲୋନିର ଟିକା ରାମ ସିଂହଙ୍କ ପୁଅ ବୋଲି ଜଣାପଡିଛି।

ସେହିପରି ୟୁପିର ବରେଲି ଜିଲ୍ଲା ତେଜେନ୍ଦର ପାଲ ସିଂହଙ୍କର ପୁଅ ରାହୁଲ ପ୍ରତାପ ସିଂହ (୩୭) ଓ କୋରାପୁଟ ପାଡୁଆ ଥାନା ଅନ୍ତର୍ଗତ ଖାମାରା ଗାଁର ପ୍ରଫୁଲ ଖେମୁଣ୍ଡୁ(୨୪) ଓରଫ ରାହୁଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଗତ ତିନିବର୍ଷ ହେବ ଏହି ପୂର୍ବତନ ବିଏସଏଫର ଏସଆଇ ଜଣକ ରିତିମତ ରାହୁଲଙ୍କ ସହ ଯୋଗଯୋଗରେ ରହିଥିଲା। ଏହି ରାହୁଲଙ୍କୁ ସେ ଏକାଧିକ ଅକାଉଣ୍ଟରେ ଟଙ୍କା ପଠାଇଥିବା ଜଣାପଡିଛି। ଆର୍ଥିକ ଦିଗକୁ ଦେଖି ପୁଲିସ ଏହାର ତନାଘନା କରିବା ଆଶା କରାଯାଉଛି। ତେବେ ଏହି ଗାଡି ଗୁଡିକରେ ବିଏସଏଫର ପୂର୍ବତନ ଏସଆଇ ଜଣକ ଜିପିଏଓ ଟ୍ରାକର ଲଗାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜୟପୁର ସଦର ଓଆଇସି ଆଦିତ୍ୟ ମହାକୁରଙ୍କୁ ବି‌ଶେଷ ସୁତ୍ରରୁ ଆମ୍ବାଗୁଡା ନିକଟରେ ଏକ ଟ୍ରକରେ ଗଞ୍ଜେଇ ଲୋଡ ହେଉଥିବା ନେଇ ଏକ ଖବର ମିଳିଥିଲା । ତାଙ୍କ ସହ ଏସଆଇ  ଏନ ଟପ୍ପୋ ଓ ଏଏସଆଇ ଜିପି ବେହେରା ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ମାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ଏଥିରେ ୮୯ ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି