Masthead

ଲାଲବାହିନୀର ଲାଲତାଣ୍ଡବ

ମୁନିଗୁଡା (ବଡ଼ ଖବର ବ୍ୟୁରୋ): ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ମାଓ ସମ୍ବେଦନଶୀଳ ଅଞ୍ଚଳ ଡ଼ିମିରିଗୁଡା ପଞ୍ଚାୟତର ଟିକରପଡା ଗ୍ରାମରେ । ମୃତକ ହେଲେ ସନ୍ତୋଷ ଦଣ୍ଡସେନା । ଅମ୍ବାଦଳା ଥାନା ଅଧୀନରେ କାର୍ୟ୍ୟରତ ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଗତକାଲି ବିଳମ୍ବିତ ରାତ୍ରୀରେ ମାଓବାଦୀ ଘରୁ ଉଠେଇ ନେଇଥିଲେ ।

ପୁଲିସ ଇନଫର୍ମର ସାଜି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ସ୍ଥାନୀୟ ଯୁବକ ମାନଙ୍କୁ ଟଙ୍କା ମଦ ଦେଇ ପୁଲିସଙ୍କ ନିକଟସ୍ଥ କରିବା ଏବଂ ମାଓ ବିରୋଧୀ କାର୍ଯ୍ୟ କରିବାକୁ ନେଇ ଦଣ୍ଡ ଦେଇଥିବା ବିଷୟ ନିକଟରେ ପଡ଼ିଥିବା ମାଓ ପୋଷ୍ଟରରେ ଉଲ୍ଲେଖ ହୋଇଛ । ମାଓବାଦୀ ସନ୍ତୋଷର ପାଟିରେ ଗୁଳି କରିଥିବା ଅନୁମାନ କରାଯାଉଛି । ଉକ୍ତ ଘଟଣା ପରେ ସମଗ୍ର ଅଞ୍ଚଳ ଭୟର ବାତାବରଣ ଦେଖିବାକୁ ମିଳିଛି । ମୃତଙ୍କ ସ୍ତ୍ରୀ ପୋଲିସ ପାଇଁ ସ୍ୱାମି ହରାଇଥିବା ଜଣାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ