Masthead

କ୍ଷୀରୋଦଙ୍କୁ ମୋହରା, ପ୍ରମିଳାଙ୍କ ଉପରେ ଆଖି!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରେଡ୍ ସରିଲା ଟେନସନ୍ ବଢିଲା । ମଲ୍ଲିକ ପରିବାର ଉପରେ ଚଢାଉ କଲା ଇଡି । ପିଏମଏଲଏ ଅନୁସାରେ ଓଡ଼ିଶା ଏବଂ ଦିଲ୍ଲୀ ସମତେ ଚାରି ସ୍ଥାନରେ ହୋଇଥିଲା ରେଡ୍ । ଟେନସନରେ ଏବେ ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଭାଇ କ୍ଷୀରୋଦଙ୍କ ଘରେ ଇଡିର ଏଣ୍ଟ୍ରି । ଭାଉଣୀ ପ୍ରମିଳାଙ୍କୁ ଘାରିଛି ଚିନ୍ତା । କ୍ଷିରୋଦଙ୍କୁ ମୋହରା, ପ୍ରମିଳାଙ୍କ ଉପରେ ଆଖି! ‘ବିଶ୍ୱ’ ଏନଜିଓ ଉପରେ ତିନିଦିନ ଧରି ମାରାଥନ ଖୋଳତାଡ୍ କରିଚାଲିଥିଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ସଂସ୍ଥା ନାଁରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଚଳାଇଥିଲେ ବେଆଇନ କାମ । ଆରବିଆଇ ଗାଇଡଲାଇନକୁ ଉଲ୍ଲଘଂନ କରୁଥିଲା ‘ବିଶ୍ୱ’ ସଂସ୍ଥା । ସାଧାରଣ ଲୋକଙ୍କ ଠାରୁ ଟଙ୍କା ଡିପୋଜିଟ ଗ୍ରହଣ କରୁଥିଲେ । ‘ବିଶ୍ୱ’ ସଂସ୍ଥା ନାଁରେ ୨ଶହ କୋଟିରୁ ଅଧିକ ବ୍ୟାଙ୍କ ଲୋନ କରି ହୋଇଛି ଠକେଇ । ରେଡ୍ ବେଳେ ୫୦୫ ବେନାମୀ ଆକାଉଣ୍ଟ ପାଇଛି ଇଡି । ୫୦୫ ଆକାଉଣ୍ଟରେ ଥିବା ୭୨ ଲକ୍ଷ ପ୍ରିଜ୍ । ୧୦ ଲକ୍ଷ ଟଙ୍କା, ଚେକ୍ ବୁକ୍, ଅନେକ ସେଲ-ଡିଡ୍ ଜବତ ହୋଇଛି ।

ପୂର୍ବରୁ ଇଓଡବ୍ଲୁ୍ୟ, ଓଡ଼ିଶା ପୋଲିସ, ସିବିଆଇରେ ହୋଇଥିଲା ଏଫଆଇଆର । ଆଉ ଏବେ ଇଡିର ପଡିଛି ନଜର । କିନ୍ତୁ ଏହାରି ଭିତରେ ବିଜେଡି ବିଧାୟକା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କର ଦେହାନ୍ତ ହୋଇସାରିଛି । ଯାହା ଏବେ ପ୍ରମିଳାଙ୍କ ମୁଣ୍ଡ ବିନ୍ଧା ପାଲଟିଛି । କ’ଣ କରିବେ ତାହା ବର୍ତ୍ତମାନ ସୁଦ୍ଧା ବୁଝି ପାରୁନାହାନ୍ତି ବୋଧେ ମ୍ୟାଡାମ ପ୍ରମିଳା । ଯିଏ ଦିନେ ଦଳକୁ ଡିଫେଣ୍ଡ କରିବା ପାଇଁ ଆଗେଇ ଆସୁଥିଲେ କିନ୍ତୁ ସେ ଆଜି ନୀରବ । କୁଆଡେ ଉଭା ହୋଇଯାଇଛନ୍ତି ଯେ ଦେଖା ହିଁ ନାହିଁ । ନିଜେ କ୍ଷମତାରେ ବଳିୟାନ ଥିବା ସମୟରେ କୁଆଡେ ଏହି କଳା ସାମ୍ରାଜ୍ୟ ଗଢିତୋଳି ଥିଲେ ଭାଇ । ଚର୍ଚ୍ଚା ଏହା ବି ହେଉଛି କି ଏହି ଠକେଇ ପଛରେ ବି ରହିଛି ଭଉଣୀ ପ୍ରମିଳାଙ୍କ ହାତ । କାହିଁକି ନା ତାଙ୍କ ସରକାର ଥିବା ସମୟରେ ଅନେକ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ସୁବୁ କିଛି ସାଫା ହୋଇଯାଉଥିଲା । କିନ୍ତୁ ଏବେ କ’ଣ ହେବ? ଭାଇ ନାହାନ୍ତି କାହା ମୁଣ୍ଡକୁ ଏବେ ଯିବ ଦୋଷ? କିଏ ମୁଣ୍ଡାଇ ବ ଏହି କଳଙ୍କ? କିଏ କରିବ ଆଇନର ସାମ୍ନା? କେମିତି ଏଥିରୁ ବର୍ତ୍ତିବେ ପ୍ରମିଳା କୁଆଡେ ସେଥିପାଇଁ ଚଳାଇଛନ୍ତି ପ୍ଲାନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ