ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଲଖନପୁର, (ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟ ସ୍ଥାନାନ୍ତର ନେଇ ଚିନ୍ତାରେ ଗ୍ରାମବାସୀ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କତରବଗା ପଞ୍ଚାୟତ ସାହସବଗା ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ କତରବଗା ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ ନ କରିବା ପାଇଁ ବ୍ରଜରାଜନଗର ବିଧାୟକ ଏବଂ ଡିଇ.ଓଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ। ୧୯୫୬ ମସିହାରୁ ସାହସବଗା ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ୨୬ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀ ଆଦିବାସୀ, ହରିଜନ। ସାହସବଗା ଗ୍ରାମକୁ ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ସରକାର ଘୋଷଣା କରି ଅନେକ ଉନ୍ନତି ମୂଳକ କାର୍ୟ୍ୟ କରିବାକୁ ଯୋଜନା ହୋଇଛି। ଆଦର୍ଶ ଗ୍ରାମ ଘୋଷଣା କରିବା ପରେ ବିଭାଗୀୟ ଅଧିକାରୀମାନେ ସର୍ଭେ କରିବା ପାଇଁ ସମୟ ସମୟରେ ଆସି ସମସ୍ତ ବିଷୟରେ ଅନୁଧ୍ୟାନ କରୁଛନ୍ତି। ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପାଠ ପଢ଼ିବା ପାଇଁ ସ୍ଥାନାନ୍ତର କରିବା କେତେ ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।

ସାହସବଗାଠାରୁ କତରବଗା ପ୍ରାଥମିକ ବିଦ୍ୟାଳୟର ଦୂରତା ଦେଢ଼ କିଲୋମିଟର। ସାହସବଗା ଏକ ଆଦିବାସୀ, ହରିଜନ ସଂଖ୍ୟାବହୁଳ ଗ୍ରାମ। ଏପରି ସ୍ଥଳରେ ସରକାରଙ୍କ ଅଭିମୁଖ୍ୟ ତଥା ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ଉଠାଇ ଅନ୍ୟତ୍ର ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପଠାଇବା ଆମ କ୍ଷେତ୍ରରେ ସମ୍ଭବ ନୁହେଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସାହସବଗା ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତକୁ ସରକାର ପୁନର୍ବିଚାର କରନ୍ତୁ ବୋଲି କତରବଗା ସରପଞ୍ଚ ରୋହିତ ଧୁରୁଆ, ଶିକ୍ଷାବିତ୍ ଲବ ପଧାନ, ଚତୁର୍ଭୁଜ ପଧାନ, ରମେଶ ମଲ୍ଲିକ, ପୂର୍ଣଚନ୍ଦ୍ର ସାହୁ, ନନ୍ଦଲାଲ ବାରିକ, ରଞ୍ଜୁ ପଧାନ, ସୁଶୋଭିତା ମହାପାତ୍ର, ଭୀମ ପଧାନ, ଘନଶ୍ୟାମ ପଧାନ ପ୍ରମୁଖ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ