Masthead

ଗୀତ ଗାଇ ଚର୍ଚ୍ଚାରେ କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):   ଜଣାପଡିଛି ଯେ ସେ ଏକ ସମାରୋହରେ ଗୀତ ଗାଇଛନ୍ତି । ଅମରିନ୍ଦର ସିଂହ ଶନିବାର ଚଣ୍ଡିଗଡ ସ୍ଥିତ ନିଜ ୧୯୪୭ ଏନଡିଏ କୋର୍ସର ବ୍ୟାଚ ସହ ଦେଖାସାକ୍ଷାତ କରିଥିଲେ । ତେବେ ସେ ତାଙ୍କ ବ୍ୟାଚମେଣ୍ଟଙ୍କୁ ଭେଟିବା ପରେ ବେଶ ଉତ୍ସାହିତ ହୋଇ ଗୀତ ଗାଇଥିଲେ । ଯାହାର ଏକ ଭିଡିଓ ନଜର ଆସିଛି । ସୂଚନା ଅନୁସାରେ କ୍ୟାପଟେନଙ୍କ ପରାମର୍ଶଦାତା ରବିନ ଠୁକରାଲ ଏହି ଭିଡିଓକୁ ପୋଷ୍ଟ କରିଥିଲେ । ଭିଡିଓରେ ପଞ୍ଜାବର ପୂର୍ବାତନ ମୁଖ୍ୟମନ୍ତ୍ରୀ ବଲିଉଡର ଲୋକପ୍ରିୟ ଗୀତ ‘ଗୋରେ ଗୋରେ’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ।

କ୍ୟାପଟେନଙ୍କ ସହ ତାଙ୍କ ସହପାଠୀମାନେ ମଧ୍ୟ ଯୋଗ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏହି ଭେଟଘାଟ କ୍ୟାପଟେନଙ୍କ ମୋହଲି ସ୍ତିତ ମହିନ୍ଦର ବାଗ୍ ଫାର୍ମହାଉସରେ ହୋଇଥିଲା । କ୍ୟାପଟେନ ଅମରିନ୍ଦର ଗତ କିଛି ଦିନ ଧରି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।ସୂତ୍ରରୁ ଜଣାପଡିଥିଲା ଯେ, ନବଜୋତସିଂହ ସିଦ୍ଧୁ ଏବଂ ତାଙ୍କ ସହଯୋଗୀଙ୍କ ସହ କନ୍ଦଳ ପରେ କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଅମରିନ୍ଦର ସ୍ପଷ୍ଟ କରିଥିଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ ସେ ସବୁ ଦିନ ପାଇଁ ରାଜନୀତିରୁ ବିଦାୟ ନୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ