Masthead

ଆଫଗାନିସ୍ତାନର ସଙ୍କଟର ପୂରା ଘଟଣାକ୍ରମ କିପରି ଥିଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ସ୍ଥିତି ଏବେ ଭୟଙ୍କର । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ଆଫଗାନର ହାତ ଛାଡ଼ି ସାରିଛି । ତେବେ ଆଫଗାନିସ୍ତାନ ସଙ୍କଟର ପୂରା ଘଟଣାକ୍ରମ କିଛି ଏପରି ଥିଲା ।

 ଏପ୍ରିଲ ୧୪- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରିଥିଲେ ବଡ଼ ଘୋଷଣା । ଆଫଗାନସ୍ତାନରୁ ସୌନ୍ୟ ପ୍ରତ୍ୟାହାର ପାଇଁ କହିଥିଲେ ବାଇଡେନ । ମେ ୧ରୁ ସେପ୍ଟେମ୍ବର ୧୧ ମଧ୍ୟରେ ସେନା ପ୍ରତ୍ୟାହାର କରି ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଆମେରିକାର ଦୀର୍ଘବର୍ଷର ଯୁଦ୍ଧର ପରିସମାପ୍ତି ପାଇଁ ବାଇଡେନ ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

ମେ ୪- ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ଦକ୍ଷିଣାଞ୍ଚଳରେ ଥିବା ହୈମଣ୍ଡ ପ୍ରଦେଶରେ ଜୋରଦାର ହମଲା କରିଥିଲେ । ଏହାସହ ୬ଟି ଅନ୍ୟ ପ୍ରଦେଶରେ ମଧ୍ୟ ଆଫଗାନ ସେନା ସହ ତାଲିବାନର ହୋଇଥିଲା ଘମାଘୋଟ ଲଢ଼େଇ । ମେ ୧୧- ରାଜଧାନୀ କାବୁଲ ନିକଟସ୍ଥ ନେରଫ ଜିଲ୍ଲାକୁ ତାଲିବାନ ଆତଙ୍କବାଦୀମାନେ ନିଜ କବଜାକୁ ନେଇଥିଲେ ।

ଜୁନ ୭- ଆଫଗାନିସ୍ତାନର ୩୪ ପ୍ରଦେଶ ମଧ୍ୟରୁ ୨୬ଟି ଦଖଲ କରିଥିଲା ତାଲିବାନ । ସଂଘର୍ଷରେ ୧୫୦ ଆଫଗାନ ସୌନ୍ୟଙ୍କର ମୃତ୍ୟୁ ହୋଇଥିଲା । ଜୁନ ୨୨- ଆଫଗାନିସ୍ତାନର ପଶ୍ଚିମରେ ତାଲିବାନର ଆତଙ୍କବାଦୀ ମାନେ କ୍ରମାଗତ ଆକ୍ରମଣ ଜାରି ରଖିଥିଲେ । ଦେଶର ୩୭୦ ଜିଲ୍ଲା ମଧ୍ୟରୁ ୫୦ଟି ଜିଲ୍ଲା ତାଲିବାନଙ୍କ ନିୟନ୍ତ୍ରଣକୁ ଆସିଯାଇଥିଲା ।

ଜୁଲାଇ ୨- ଆଫଗାନିସ୍ତାନରେ ଥିବା ଆମେରିକାର ମୁଖ୍ୟ ସାମରିକ ବେସକୁ ବନ୍ଦ କରାଗଲା । ପରେ ବଗ୍ରମ ଏୟାରବେସରୁ ହଟିଲେ ଆମେରିକୀୟ ସେନା ।

ଜୁଲାଇ ୫- ଅଗଷ୍ଟ ସୁଦ୍ଧା ଶାନ୍ତି ଫେରାଇ ଆଣିବା ପାଇଁ ତାଲିବାନ ପକ୍ଷରୁ ଆଫଗାନିସ୍ତାନ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଗଲା ।

ଜୁଲାଇ୨୧- ଦେଶର ଅଧାରୁ ଅଧିକ ଜିଲ୍ଲା ତାଲିବାନଙ୍କ କବଳକୁ ଆସିଗଲା ।

ଜୁଲାଇ ୨୫- ଆମେରିକାର ସହଯୋଗରେ ଆଫଗାନ ସେନା ସପ୍ତାହ ବ୍ୟାପି ଆକାଶ ମାର୍ଗରୁ ତାଲିବାନ ଉପରେ କଲା ଏୟାର ଷ୍ଟ୍ରାଇକ ।

ଜୁଲାଇ ୨୬- ଆଫଗାନିସ୍ତାନରେ ତାଲିବାନର ଆକ୍ରମଣରେ ମେ ଓ ଜୁନରେ ଦୁଇହଜାର ୪୦୦ ସାଧାରଣ ଲୋକଙ୍କ ମୃତ୍ୟୁ । ଅଗଷ୍ଟ ୬- ଆଫଗାନିସ୍ତାନର ଦକ୍ଷିଣରେ ଥିବା ଜାରଞ୍ଜ ପ୍ରଦେଶକୁ ପ୍ରଥମେ ତାଲିବାନ ମାନେ ଦଖଲ କଲେ । ପରେ ପରେ ଅନ୍ୟ ପ୍ରଦେଶ ଗୁଡ଼ିକୁ ଦଖଲ କଲା ତାଲିବାନ ।

ଅଗଷ୍ଟ ୧୩- ଦେଶର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାର ସମେତ ୪ ପ୍ରଦେଶକୁ ଦଖଲ କଲେ ତାଲିବାନ । ଆଫଗାନିସ୍ତାନର ଗୁରୁତ୍ୱପୂର୍ଣ୍ଣ ସହର ହେରାତ୍କୁ ତାଲିବାନ ଅକ୍ତିଆର କରିବା ସହ ଦକ୍ଷ କମାଣ୍ଡର ମହମ୍ମଦ ଇସମାଲି ଖାନ ଧରାପଡ଼ିଲେ ।

ଅଗଷ୍ଟ ୧୪- ଲୋଗାର ପ୍ରଦେଶର ରାଜଧାନୀ ପୁଲ-ଇ-ଅଲମ ଓ ଉତ୍ତରାଞ୍ଚଳ ସହର ମଜାର-ସରିଫକୁ ତାଲିବାନ ଦଖଲ କଲେ । କାବୁଲର ସାଧାରଣ ନାଗରିକ ଓ ଆଫଗାନ ରାଷ୍ଟ୍ରପତି ଅସରଫ ଘନୀଙ୍କ ସୁରକ୍ଷା ପାଇଁ ଆମେରିକା ପଠାଇଲା ଅଧିକ ସୌନ୍ୟ ।

ଅଗଷ୍ଟ ୧୫- ଆଫଗାନିସ୍ତାନର ପୂର୍ବାଞ୍ଚଳରେ ଥିବା ପ୍ରମୁଖ ସହର ଜଲାଲବାଦକୁ ବିନା ସଂଘର୍ଷରେ ଅକ୍ତିଆର କରିଥିଲା ତାଲିବାନ । ପରିଣାମ ସ୍ୱରୁପ କାବୁଲକୁ ଦଖଲ କରିବା ଅତି ସହଜ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ