Masthead

ଆଜି ବିଜୟ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦ ମାସ ବାକି ଅଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି କରିବାକୁ ଜୁଲାଇ ୩୧ରୁ ଅଗଷ୍ଟ ୧୦ ମଧ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏମ୍‌ପିମାନଙ୍କର ବୈଠକ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏମ୍‌ପିମାନଙ୍କ ସହିତ ଏକ ବୈଠକ କରି ଆଗାମୀ ନିର୍ବାଚନ ସମ୍ପର୍କରେ ସେମାନଙ୍କୁ ବିଜୟ ମନ୍ତ୍ର ଦେବେ। ଏହି ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ଚାଲିବ। ମୋଟ ୧୧ଟି ଏନଡିଏ ଏମ୍‌ପି ଗ୍ରୁପ୍‌ ଗଠନ କରାଯାଇଛି। ଗୋଟିଏ ଦିନରେ ଦୁଇଟି ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ପ୍ରଥମ ବୈଠକ ସନ୍ଧ୍ୟା ୬.୩୦ରୁ ଉତ୍ତରପ୍ରଦେଶର ଏମ୍‌ପିମାନଙ୍କ ସହିତ ଆରମ୍ଭ ହେବ।

ଦ୍ୱିତୀୟ ବୈଠକ ୭.୩୦ରୁ ହେବ। ପ୍ରଥମ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ନେତା ସଞ୍ଜୀବ ବାଲାନ ଏବଂ ବି.ଏଲ ବର୍ମା ଉପସ୍ଥିତ ରହିବେ। ଉଭୟ ବୈଠକର ସ୍ଥାନ ଅଲଗା ହେବ ବୋଲି ଜଣାପଡ଼ିଛି । ଦ୍ୱିତୀୟ ବୈଠକରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ଏମ୍‌ପିମାନେ ଯୋଗଦେବେ।ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଶାନ୍ତନୁ ଠାକୁର, ଭାଜପା ନେତା ବୈଜନ୍ତ ପଣ୍ଡା ଏବଂ ଦିଲୀପ ଘୋଷ ଇତ୍ୟାଦି ଯୋଗଦେବେ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବୈଠକରେ ଯୋଗଦେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?