Masthead

ଭାରତକୁ ଓପନ ଚ୍ୟାଲେଞ୍ଜ ଦେଲେ ପାକ୍ କ୍ୟାପଟେନ ବାବର

(ବଡ଼ ଖବର ବ୍ୟୁରୋ):   ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆଇସିସି ଟି ୨୦ ବିଶ୍ୱକପ । ଆଇସିସି ତରଫରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ଦଳ ସହ ଖେଳିବ । ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ତେବେ ଭାରତ ଏବଂ ପାକିସ୍ତାନ ପ୍ରତିନ୍ଦ୍ୱନ୍ଦୀ ହୋଇଥିବାରୁ ଏହି ମୁକାବିଲା ଜୋରଦାର ହେବ । ଉଭୟଙ୍କ ମଧ୍ୟରୁ କିଏ ଜିତିବ ତାହା ଦେଖିବା ମଧ୍ୟ ମଜାଦାର ହେବ ।

ସୂଚନା ଅନୁଯାୟୀ ବିଶ୍ୱକପ ଇଭେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ପୁରୁଣା ରେକର୍ଡ ରହିଛି । ଉଭୟ ଦଳ ବିଶ୍ୱକପରେ ୧୨ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଚଳିତ ମ୍ୟାଚରେ ବିରାଟ କୋହଲି ଓ ବାବର ଆଜମ ପ୍ରଥମ ଥର ପାଇଁ ଟି ୨୦ ବିଶ୍ୱକପରେ ନିଜ ନିଜ ଦଳକୁ ଆଗେଇ ନେବେ । ପାକିସ୍ତାନ ଅଧିନାୟକ ବାବର ଆଜମ ଆଗାମୀ ଖେଳରେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା ରଖିଛି । ଦଳ ଭାରତକୁ ପରାସ୍ତ କରିବ ବୋଲି ଆତ୍ମବିଶ୍ୱାସ ରଖିଛି ।

ତେବେ ବାବର କହିଛନ୍ତି ଅତୀତ ଚାଲିଯାଇଛି, ଆମେ ଏହା ବିଷୟରେ ଚିନ୍ତା କରୁନୁ, ବରଂ ଭବିଷ୍ୟତରେ କଣ ହେବ ତାହା ଉପରେ ଧ୍ୟାନ ଦେଉଛୁ । ଯେତେବେଳେ ତୁମେ ଏକ ବଡ଼ ଟୁର୍ଣ୍ଣାମେଣ୍ଟକୁ ଯାଅ, ସେତେବେଳେ ତୁମର ବିଶ୍ୱାସ ଆତ୍ମବିଶ୍ୱାସ ରହିବା ନିହାତି ଆବଶ୍ୟକ । ଏକ ଦଳ ଭାବରେ ଆମର ଆତ୍ମବିଶ୍ୱାସ ଏବଂ ମନୋବଳ ବହୁତ ଅଧିକ । ମୁଁ ନିଶ୍ଚିତ ଯେ, ଆମେ ଭଲ ଖେଳିବୁ ବୋଲି ବାବର ଏକ ପ୍ରେସମିଟରେ କହିଛନ୍ତି । । ତେବେ ଭାରତ ଓ ପାକିସ୍ତାନ ମ୍ୟାଚ ସବୁବେଳେ ଦମଦାର ରହିଥାଏ । ଉଭୟଙ୍କ ମଧ୍ୟରେ କିଏ ଜିତିବ ତାକୁ ନେଇ ଖେଳାଳିଙ୍କ ଉପରେ ସର୍ବଦା ଚାପ ରହିଥାଏ । କିନ୍ତୁ ବାବର କହିଛନ୍ତି ଚଳିତ ମ୍ୟାଚରେ ଶାନ୍ତି ରହିବ, କେବଳ ଖେଳ ଉପରେ ହିଁ ଧ୍ୟାନ ଦିଆଯିବ । ମ୍ୟାଚରେ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ବାବର ଆଜମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ