ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍ । ଶିଶୁଭବନ ଓଭରବ୍ରିଜ୍ ବ୍ୟାରିକେଡ୍କୁ ପିଟି ତଳକୁ ଖସିଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍ ଡ୍ରାଇଭର ଓ ଘର ଲୋକେ । ଭୁବନେଶ୍ୱର ଶିଶୁଭବନ ଛକରେ ଘଟଛି ଏହି ଦୁର୍ଘଟଣା । ସୂଚନା ଥାଉକି, ରାଜଧାନୀରେ ବଡ଼ ଦୁର୍ଘଟଣା। ଶିଶୁ ଭବନ ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ତଳକୁ ଖସି ପଡ଼ିଥିଲା କାର । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାରଟି । ତେବେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ଘଟଣା ପରେ ସେଠାରେ କିଛି ସମୟ ପାଇଁ ଭିଡ଼ ଲାଗିରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
