Masthead

ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ

ଭଦ୍ରକ (ବଡ଼ ଖବୁ ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତଥା ବାଂଶଡା ଥାନା ଅଧିନ ଘଣ୍ଟେଶ୍ୱର ବଜାର ମଧ୍ୟରେ ଏକ ସରକାରୀ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ତିବ୍ର ବିରୋଧ କରାଯାଇଛି । ବଜାର ମଧ୍ୟରୁ ମାତ୍ର ୫୦ ମିଟର ଦୂରତା ମଧ୍ୟରେ ଏହି ମଦ ଦୋକାନ ଖୋଲାଯିବାକୁ ପ୍ରଶାସନିକ ସ୍ତରରେ ସମସ୍ତ କାଗଜପତ୍ର କାମ ସରିଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଖୋଲିବ ବୋଲି ପ୍ରାକ୍ ସୂଚନା ମଧ୍ୟ ମିଳିଛି । ଏନେଇ ମଦ ଦୋକାନୀ ପକ୍ଷରୁ ଆଗୁଆ ଷ୍ଟକ୍ ମଧ୍ୟ ଆସି ସାରିଛି । ପଂଚାୟତର ସରପଂଚ ସୁରେଶ୍ୱରୀ ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦିକ୍ଷୀତ, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ମାଳତୀଲତା ସାହୁ, ସୁବାଶ ଦାସ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟା ଜିଲ୍ଲାପାଳଙ୍କୁ ଚରମ ପତ୍ର ଲେଖିଥିବା ଜଣାଯାଇଛି ।

ଯେଉଁ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି ନିକଟରେ ପୋଷ୍ଟ ଅଫିସ୍, ୟୁକୋ ବ୍ୟାଙ୍କ, ସତ୍ୟସାଇ ମନ୍ଦିର, ପ୍ରଜାପିତା ବ୍ରହ୍ମକୁମାରୀ ଶିକ୍ଷାକେନ୍ଦ୍ର, ସେବା ସମବାୟ ସମିତି, ୨୦ରୁ ଉର୍ଦ୍ଧ ପରିବାର ଲୋକଙ୍କ ଘର ସମେତ ଦୁଇଟି ପଂଚାୟତ ଅଧିବାସୀଙ୍କ ଯାତାୟତର ମୁଖ୍ୟ ରାସ୍ତା ରହିଛି । ଶହ ଶହ ଛାତ୍ରଛାତ୍ରୀ ଏହି ବାଟ ଦେଇ ଯାତାୟତ କରନ୍ତି । ସତ୍ୟସାଇ ମନ୍ଦିରରେ ଆଖପାଖ ଅଂଚଳର ଶହ ଶହ ସାଇ ପ୍ରେମୀ ଆଶ୍ରିତ ହୋଇଥାନ୍ତି । କେତେକ ଅସାଧୁ ଛାମୁଆ ନେତା ଓ ତଥାକଥିତ ସାମାଜିକ କର୍ମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ଏପରି ଅଦମ୍ୟ ସାହସ କରିଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ରାଜସ୍ୱ ଆଦାୟ ଲକ୍ଷ୍ୟରେ ଜନବସତି ମଧ୍ୟରେ ମଦ ଦୋକାନ ଖୋଲାଯିବା କେବଳ ଯେ ପୁରୁଷ ସମାଜକୁ କ୍ଷତିଗ୍ରସ୍ଥ କରୁଛି ତାହାନୁହେଁ ବରଂ ନାରୀ ସମାଜକୁ ଅସମ୍ମାନ କରୁଥିବା କୁହାଯାଉଛି ।

ମାଆକୁ ସମ୍ମାନ ଓ ଗାଁକୁ କାମ ଯୋଗାଇ ଦେବାର ନାରାଦେଇ ରାଜ୍ୟ ନବୀନ ସରକାର ବିଗତ ୨୧ ବର୍ଷ ଧରି ଶାସନ ଚଳାଇଛନ୍ତି । ଘଣ୍ଟେଶ୍ୱରରେ ସ୍ୱାସ୍ଥ୍ୟ ସେବା ଓ ପଶୁ ସେବା ବିପର୍ୟ୍ୟସ୍ଥ ହୋଇଥିବା ବେଳେ ମଦ ଦୋକାନ ଖୋଲି ପ୍ରଶାସନ କଟା ଘା’ରେ ଚୂନ ମାରୁଥିବା ଆଲୋଚନା ହେଉଛି । ମହିଳାମାନଙ୍କ ବିରୋଧ ଆରମ୍ଭ ହୋଇଛି ଆଗାମି ଦିନରେ ପ୍ରଶାସନକୁ ବହୁ ମୁଲ୍ୟ ଦେବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହେବା ବଡ ମୁସ୍କିଲି ହେବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ