Masthead

ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ନାଁରେ ମାମଲା

ବାରିପଦା (ବଡ଼ ଖବର ବ୍ୟୁରୋ): ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ନାମରେ ମାମଲା । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି ଭଞ୍ଜପୁର ପୋଲିସ। କାର୍ଯ୍ୟରେ ଅବହେଳା, ସରକାରୀ ଅର୍ଥର ଅପବ୍ୟବହାର ଓ ସୂଚନା ଅଧିକାର ଆଇନ ଆବେଦନକାରୀଙ୍କୁ ତଥ୍ୟ ନଦେବା ଭଳି ଘଟଣାରେ ମାମଲା ରୁଜୁ କରାଯାଇଛି । ଘଟନାର ତଦନ୍ତ ଚାଲିଥିବା କହିଛନ୍ତି ଆଇଆଇସି ବୀରେନ୍ଦ୍ର କୁମାର ସେନାପତି । ବାରିପଦା ସଦର ଥାନା ଅଧୀନ କରଞ୍ଚିଆ ଗ୍ରାମର ଆଇନଜୀବୀ କମଲ କୁମାର ମହାନ୍ତି ଅଭିଯୋଗ କରିଥିଲେ । ମୋରଡା ବ୍ଲକ ଅଧିନ ଚିତ୍ରଡା ବାଳିକା ଉଚ୍ଚବିଦ୍ୟାଳୟର ତିନିଜଣ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ ଓ ପରେ ଦରମା ପ୍ରଦାନ ସମ୍ପର୍କିତ ତଥ୍ୟ ପାଇଁ ଜିଲ୍ଲା ଶିଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇଥିଲେ। ସୂଚନା ଅଧିକାରୀ ଭାବେ ନିତ୍ୟାନନ୍ଦ ତାଙ୍କୁ ତଥ୍ୟ ନଦେଇ ପାଲଟା ଦୁର୍ବ୍ୟବହାର କରିଥଲେ । ଏବଂ ମୋରଡା ବ୍ଲକ ଶିକ୍ଷାଧôକାରୀଙ୍କ କାର୍ଯ୍ୟାଳୟରେ ପୂର୍ବ ତଥ୍ୟ ବଦଳାଇବାକୁ ଅପଚେଷ୍ଟା କରିଥôବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଆଇନଜୀବୀ ଥାନାର ଆଶ୍ରୟ ନେଇଥିଲେ । ପୋଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ