Masthead

ଟ୍ରମ୍ପଙ୍କ ଭିଡିଓ ଅପଲୋଡ୍ ନିଷେଧ କଲା ୟୁଟ୍ୟୁବ୍

ଆମେରିକା (ବଡ଼ ଖବର): ଫେସବୁକ, ଟ୍ୱିଟର ପରେ ଏବେ ୟୁଟ୍ୟୁବ୍ ଟ୍ରମ୍ପଙ୍କ ଭିଡିଓ ଅପଲୋଡକୁ ନିଷେଧ କରିଛି । ୧ ସପ୍ତାହ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ‌ ଟ୍ରମ୍ପଙ୍କ ‘ଅଫିସିଆଲ୍‌ ଚାନେଲ୍‌’କୁ ବ୍ଲକ୍‌ କରିଦେଇଛି । ୟୁଟ୍ୟୁବ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି ଯେ, ଟ୍ରମ୍ପ ଏକ ଭିଡିଓ ଅପଲୋଡ୍‌ କରିଥିଲେ, ଯାହା ଆମ ନୀତିର ଉଲ୍ଲଂଘନ କରୁଥିଲା । ତେଣୁ ତାଙ୍କ ଚ୍ୟାନେଲ ଉପରେ ଆପେ ଆପେ ପ୍ରତିବନ୍ଧକ ଲାଗିଛି । ଆଗାମୀ ୭ ଦିନ ଯାଏ ଟ୍ରମ୍ପ ନିଜ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ୍ କରିପାରିବେ ନାହିଁ । ଏହା ସହ ଟ୍ରମ୍ପଙ୍କ ଚ୍ୟାନେଲର କମେଣ୍ଟ ସେକ୍ସନକୁ ବି ବନ୍ଦ କରିଦିଆଯାଇଛି । ୨.୭୬ ନିୟୁତ ସବ୍‌ସ୍କ୍ରାଇବର୍‌ ଥିବା ଏହି ଚାନେଲ୍‌କୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍‌’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍‌ ରାଇଟସ୍‌ ଗ୍ରୁପ୍‌’ ଧମକ ଦେବା ପରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ