Masthead

ଜଳୁଛି କାଜୁ ଜଙ୍ଗଲ

ବେଗୁନିଆ (ବଡ଼ ଖବର ବ୍ୟୁରୋ): ବେଗୁନିଆରେ ଏକର ଏକର କାଜୁ ବଗିଚା ଜଳିପୋଡ଼ି ପାଉଁଶ ହୋଇଯାଇଛି। କାଜୁ ବଗିଚା ସରକ୍ଷଣ ଅଭାବରୁ ସ୍ଥାନୀୟ ଲୋକେ ଏଥିରେ ପ୍ରଭାବିତ ହେବା ସହିତ ଅନେକ ପରିମାଣରେ ରାଜସ୍ୱ କ୍ଷତି ହୋଇଛି। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବା ବେଳେ ଏବେ ପ୍ରାୟ ଜଙ୍ଗଲରେ ନିଆଁ ଲାଗିବା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଦୀର୍ଘ ଏକ ମାସ ଭିତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବିଭିନ୍ନ କାଜୁ ବଗିଚା ଓ ମୂଲ୍ୟବାନ ଜଙ୍ଗଲରେ ନିଆଁ ଲାଗି ଅନେକ ଗଛ ସବୁ ପୋଡିଯାଉଛି। କେତେବେଳେ ଦିନରେ ନିଆଁ ଲାଗୁଛି ତ ଆଉ କେତେବେଳେ ରାତିରେ ଜଙ୍ଗଲରେ ନିଆଁ ଲାଗି ଅନେକ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ଯାଉଛି। କାଜୁ ଗଛରେ ଏବେ ଫୁଲଫଳ ଆସିବା ସମୟରେ ଏପରି ଅଗ୍ନିକାଣ୍ଡ ହେତୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି ଅନ୍ୟପଟେ ବେଗୁନିଆ ବ୍ଲକର ଦୁଇ ଦୁଇଟି କାଜୁ ନିଗମ କାର୍ୟ୍ୟାଳୟ ଥାଇ ମଧ୍ୟ କାର୍ଯ୍ୟାଳୟରେ କେହି କର୍ମଚାରୀ ରହୁନାହାନ୍ତି।

କାଜୁ ବଗିଚାର ରକ୍ଷଣାବେକ୍ଷଣ ଅଭାବରୁ ଗଛ ମୂଳରୁ ଶୁଖିଲା ପତ୍ର ଅଳିଆ ସଫା ହୋଇପାରୁନି। ଯାହାଫଳରେ କାଜୁ ବଗିଚାରେ ଅନେକ ସମୟରେ ଅଗ୍ନିକାଣ୍ଡ ଘଟି ଜନ ଜୀବନ ଅସ୍ତଵ୍ୟସ୍ତ ହୋଇପଡୁଛି। ଆଉ ଜଙ୍ଗଲ ଜଳିବା ହେତୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ