Before Header

ବିଜେପି ଛାଡ଼ିଲେ ଲେଖାଶ୍ରୀ

0 912

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ । ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି ।

ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ ।ତେଣୁ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ଲେଖାଶ୍ରୀ । ବିଜେପିରେ ସବୁଠୁ ଟାଣୁଆ ନେତ୍ରୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର । ତେବେ ହଠାତ୍ ସେ ଦଳ ଛାଡ଼ିବା ଦଳ ପାଇଁ ଏକ ବଡ଼ ଝଟକା ବୋଲି ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.