ସରକାରୀ ସହାୟତାକୁ ଅପେକ୍ଷା

ନିମାପଡା(ବଡ଼ ଖବର ବ୍ୟୁରୋ): ସବୁ କଚ୍ଚାଘର ହେବ ପକ୍କାଘର । ଏଭଳି ପ୍ରତିଶ୍ରୁତକୁ ବିତିଲା ୨୦ ମାସ । ଘର ମିଳିବା ତ ଦୂରର କଥା ବାତ୍ୟା ପରେ ଯୋଗାଇଥିବା ସହାୟତା ରାଶିରୁ ଟଙ୍କାଟିଏ ମଧ୍ୟ ପାଇଲେନାହିଁ ବାତ୍ୟା ବିପନ୍ନ । ମିଳିଥିବା ସରକାରୀ ପଲିଥିନ ତଳେ ନିଜ ପରିବାରକୁ ନେଇ ଜୀବନ ବିତାଉଛନ୍ତି ନିମାପଡା ଗୋପାଳପୁର ଦଳିତ ସାହିର ୮ରୁ ଉର୍ଦ୍ଧ ପରିବାର । ଏମାନଙ୍କ ମଧରୁ ଅଧିକାଂଶ ଲୋକ ଦିନ ମଜୁରିଆ । ମହିଳାମାନେ ଅନ୍ୟ ଘରେ କାମ କରି ପରିବାର ଚଳାନ୍ତି । ପ୍ରଶାସନିକ ଓ ରାଜନୈତିକ ସ୍ତରରେ ସେମାନଙ୍କୁ ମିଳିଛି ସହାନୁଭୂତି, କିନ୍ତୁ ମିଳିପାରିନାହିଁ ସରକାରୀ ସହାୟତା । ହାଡଭଙ୍ଗା ଶୀତରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପଲିଥିନ ଘରେ ବସବାସ କରୁଛନ୍ତି । ଏବେ ବି ସରକାରୀ ସହାୟତା ଆଶାରେ ଅସହାୟ ବାତ୍ୟା ବିପନ୍ନ । ବର୍ଷ ବର୍ଷ ଧରି ପକ୍କାଘର ପାଇଁ ଆବେଦନ କରି ମଧ୍ୟ ନିରାଶ ହେଉଛନ୍ତି ଅସହାୟ । ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!