Masthead

ହାଥରସରେ ସିବିଆଇ

ହାଥରସ୍(ବଡ଼ ଖବର ବ୍ୟୁରୋ): ହାଥରସରେ ପହଞ୍ଚିଛି ସିବିଆଇର ଏକ ଟିମ୍ । ରବିବାର ସିବିଆଇର ଗାଜିଆବାଦ ଶାଖା ହାଥରସ ଜିଲ୍ଲା ଚାନ୍ଦା ପୋଲିସ ଷ୍ଟେସନରେ ପହଞ୍ଚି ଏଫଆଇଆର ପଞ୍ଜିକରଣ କରିଛି। ବିଳମ୍ବିତ ରାତିରେ ସିବିଆଇ ଟିମ୍ ହାଥରସରେ ପହଞ୍ଚି ସ୍ଥାନୀୟ ପ୍ରଶାସନଠାରୁ ଡକ୍ୟୁମେଣ୍ଟ ନେଇ ଏହାର ତଦନ୍ତ ଆରମ୍ଭ କରିଛି। ହତ୍ୟା ଏବଂ ଗଣବଳାତ୍କାର ଅଭିଯୋଗରେ ସିବିଆଇ ଚାରି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ହାଥରସ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ।
ବର୍ତ୍ତମାନ ୟୁପି ପୋଲିସର ଏସଆଇଟି ଦ୍ୱାରା ଏହି ଘଟଣାର ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ପାଇଁ ଆଉ ୧୦ ଦିନ ସମୟ ଲାଗିବ । ଗଣବଳାତ୍କାର ମାମଲାର ତଦନ୍ତ ବ୍ୟତୀତ ସାମ୍ପ୍ରଦାୟିକ ଦଙ୍ଗା ଷଡଯନ୍ତ୍ର, ଗଣମାଧ୍ୟମ ତଥା ରାଜନୈତିକ ଲୋକଙ୍କୁ ଘଟଣାସ୍ଥଳକୁ ନଛାଡିବା ସମ୍ପର୍କରେ ତଦନ୍ତ ପାଇଁ ସିବିଆଇ ନିକଟରେ କିଛି ସଂଗଠନ ଦାବି କରିଛନ୍ତି ।
ସେପ୍ଟେମ୍ବର ୧୪ରେ ଚାରିଜଣ ଯୁବକ ୧୯ ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୨୯ ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ୩୦ ସେପ୍ଟେମ୍ବରରେ ପୀଡିତାଙ୍କ ଶବଦାହ କରାଯାଇଥିଲା। ପୀଡ଼ିତାଙ୍କ ପରିବାର କହିଛନ୍ତି, ପୋଲିସ ଚାପରେ ଶୀଘ୍ର ଅନ୍ତିମ ସଂସ୍କାର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା