Masthead

ହାଥରସରେ ସିବିଆଇ

ହାଥରସ୍(ବଡ଼ ଖବର ବ୍ୟୁରୋ): ହାଥରସରେ ପହଞ୍ଚିଛି ସିବିଆଇର ଏକ ଟିମ୍ । ରବିବାର ସିବିଆଇର ଗାଜିଆବାଦ ଶାଖା ହାଥରସ ଜିଲ୍ଲା ଚାନ୍ଦା ପୋଲିସ ଷ୍ଟେସନରେ ପହଞ୍ଚି ଏଫଆଇଆର ପଞ୍ଜିକରଣ କରିଛି। ବିଳମ୍ବିତ ରାତିରେ ସିବିଆଇ ଟିମ୍ ହାଥରସରେ ପହଞ୍ଚି ସ୍ଥାନୀୟ ପ୍ରଶାସନଠାରୁ ଡକ୍ୟୁମେଣ୍ଟ ନେଇ ଏହାର ତଦନ୍ତ ଆରମ୍ଭ କରିଛି। ହତ୍ୟା ଏବଂ ଗଣବଳାତ୍କାର ଅଭିଯୋଗରେ ସିବିଆଇ ଚାରି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ହାଥରସ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ।
ବର୍ତ୍ତମାନ ୟୁପି ପୋଲିସର ଏସଆଇଟି ଦ୍ୱାରା ଏହି ଘଟଣାର ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ପାଇଁ ଆଉ ୧୦ ଦିନ ସମୟ ଲାଗିବ । ଗଣବଳାତ୍କାର ମାମଲାର ତଦନ୍ତ ବ୍ୟତୀତ ସାମ୍ପ୍ରଦାୟିକ ଦଙ୍ଗା ଷଡଯନ୍ତ୍ର, ଗଣମାଧ୍ୟମ ତଥା ରାଜନୈତିକ ଲୋକଙ୍କୁ ଘଟଣାସ୍ଥଳକୁ ନଛାଡିବା ସମ୍ପର୍କରେ ତଦନ୍ତ ପାଇଁ ସିବିଆଇ ନିକଟରେ କିଛି ସଂଗଠନ ଦାବି କରିଛନ୍ତି ।
ସେପ୍ଟେମ୍ବର ୧୪ରେ ଚାରିଜଣ ଯୁବକ ୧୯ ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୨୯ ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ୩୦ ସେପ୍ଟେମ୍ବରରେ ପୀଡିତାଙ୍କ ଶବଦାହ କରାଯାଇଥିଲା। ପୀଡ଼ିତାଙ୍କ ପରିବାର କହିଛନ୍ତି, ପୋଲିସ ଚାପରେ ଶୀଘ୍ର ଅନ୍ତିମ ସଂସ୍କାର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ