Masthead

ବିଶ୍ୱ ଦେଖିଲା ବାୟୁସେନାର ତାକତ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଧୁମଧାମରେ ପାଳିତ ହେଉଛି ୮୮ତମ ବାୟୁସେନା ଦିବସ । ୧୯୩୨ ମସିହା ଆଜିର ଦିନରେ ବାୟୁସେନା ସ୍ଥାପନ କରାଯାଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗାଜିୟାବାଦର ହିଣ୍ଡୋନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏହି ଦିବସର ଶୁଭ ମନାସିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,‘ଭାରତୀୟ ବାୟୁସେନାର ସମସ୍ତ ସାହସୀ ଯୋଦ୍ଧାଙ୍କୁ ଅନେକ ଅନେକ ଅଭିନ୍ଦନ । ଆପଣମାନେ କେବଳ ଭାରତର ଆକାଶକୁ ସୁରକ୍ଷିତ ରଖନ୍ତି ନାହିଁ । ବିପର୍ଯ୍ୟୟ ସମୟରେ ମାନବିକତାର ପରିଚୟ ଦେଉଛନ୍ତି । ଆପଣଙ୍କ ବୀରତ୍ୱ ସାହସ ଓ ନିଷ୍ଠା ମା’ଭାରତୀଙ୍କୁ ସୁରକ୍ଷା ଦେଉଛି । ରାଷ୍ଟ୍ରପତି ରାକନାଥ କୋବିନ୍ଦ,କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ହିଣ୍ଡୋନ ଏୟାରବେସର ଚିଫ୍ ଶିବାଙ୍ଗୀ ରାଜୱେଟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଯବାନମାନଙ୍କ ଚିତ୍ତାକର୍ଷକ ପରେଡ । ଅଭିବାଦନ ଗ୍ରହଣ କରିଥିଲେ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭୌଦୋରିୟା । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ୍ ହୋଇଥିଲେ ସିଡିଏସ୍ ବିପିନ ରାୱେତ୍,ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରୱଣେ, ନାଭାଲ ଚିଫ୍ ମାର୍ସଲ କରମବୀର ସିଂ ପ୍ରମୁଖ ସାମିଲ୍ ହୋଇଛନ୍ତି । ଉତ୍ସବରେ ସାମିଲ୍ ହୋଇଥିବା ବାୟୁସେନାର ଲଢୁ଼ଆ ବିମାନଗୁଡିକ ଶୌର୍ଯ୍ୟ ଓ ପରାକର୍ମ ଦେଖାଇଥିଲେ । ମାତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ରାଫେଲ । ଏହାସହ ଚିନୁକ୍, ଆପାଚେ,ମିଗ୍-୨୧, ମିଗ୍-୨୯, ତେଜସ୍, ସୁଖୋଇ-୩୦ ପ୍ରଭୃତି ଯୁଦ୍ଧବିମାନଗୁଡିକ ଆକାଶରେ ।

ରାଫେଲ ଯୁଦ୍ଧବିମାନ କିଛିଦିନ ପୂର୍ବେ ବାୟୁସେନାରେ ସାମିଲ ହୋଇଛି । ଏଥର ମୋଟ ୫୬ଟି ଯୁଦ୍ଧବିମାନ ପ୍ରଦର୍ଶନରେ ସାମିଲ ହୋଇଛି । ଗତବର୍ଷ ଏହି ସଂଖ୍ୟା ଥିଲା ୫୧ । ଏୟାର ଚିଫ୍ ମାର୍ଶାଲ ଆରକେଏସ ଭୌଦୋରିୟା କହିଛନ୍ତି ରାଫେଲ ଯୁଦ୍ଧବିମାନ ଦ୍ୱାରା ଆମକୁ ବହୁମାତ୍ରାରେ ସାହାଯ୍ୟ ମିଳିବ । ଆମେ ଆଗୁଅ ଶତ୍ରୁପକ୍ଷଙ୍କୁ ରୋକିବାରେ ସଫଳ ହେବୁ । ରାଫେଲ ଆସିବା ପରେ ବାୟୁସେନାର ତାକତ ବଢିଯାଇଛି ।

ଅବିଭକ୍ତ ଭାରତ ଦିତ୍ୱୀୟ ବିଶ୍ୱଯୁଦ୍ଧରେ ସାମିଲ୍ ହୋଇଥିଲା । ସେ ସମୟରେ ବାୟୁସେନାର ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ଜର୍ଜ-୬ ‘ରୟାଲ’ସମ୍ମାନରେ ସମ୍ମାନୀତ କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ୧୯୫୦ ଅକ୍ଟେବର ୮ରେ ‘ରୟାଲ’ ନାମକୁ ହଟାଯାଇ ଭାରତୀୟ ବାୟୁସେନା (ଆଇଏଏଫ୍) ନାମରେ ନାମିତ କରାଯାଇଛି ।

ଚୀନ ସହ ଦୀର୍ଘଦିନ ହେଲା ଲାଗିରହିଛି ସୀମା ବିବାଦ । ଏଲଏସିରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେନା ଓ ବାୟୁସେନା ନିୟୋଜିତ ହୋଇଛନ୍ତି । କିଛିଦିନ ପୂର୍ବେ ଲେହ-ଲାଦାଖ ଅଞ୍ଚଳରେ ରାଫେଲ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଫ୍ରାନ୍ସରୁ ଏପର୍ଯ୍ୟନ୍ତ ୫ଟି ରାଫେଲ ଭାରତ ଆଣିଛି, ଆହୁରି ୩୬ଟି ଆସିବାର ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା