Masthead

ନକଲି ସସ୍ କାରଖାନାରେ ପୋଲିସ

ରାଜଗାଙ୍ଗପୁର,(ବଡ଼ ଖବର ବ୍ୟୁରୋ): ଠାବ ହେଲା ନକଲି ସସ ତିଆରି କାରଖାନା । ରାଜଗାଙ୍ଗପୁର ୱାର୍ଡ ନଂ୧ ର କୁମ୍ଭରପଡାରେ ଚାଲିଥିଲା ଏହି ନକଲି ସସ କାରଖାନା । ଏହି ନକଲି ସସ୍ କାରଖାନାରୁ ପୁଲିସ ଜବତ କରିଛି ବ୍ୟାପକ ନକଲି ସସ ସହ ନିର୍ମାଣରେ ବ୍ୟବହୃତ ସାମଗ୍ରୀ । ରାଜଗାଙ୍ଗପୁର ଏସଡିପିଓ ଡ଼. ଶଶାଙ୍କଶେଖର ବେଉରାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସହକର୍ମୀଙ୍କ ସହ ନକଲି ଅନମୋଲ ସସ କାରଖାନାରେ ଚଢଉ କରିଥିଲେ । କାରଖାନାରେ ପ୍ୟାକିଙ୍ଗ ହୋଇ ଗଛିତ ଥିବା ୬୫୧ବୋତଲ ନକଲି ଟମାଟୋ, ଚିଲି, ସୋୟାବିନ ସସ ପୁଲିସ ଜବତ କରିଛି। ଏହାସହ ଏହି ସସ ନିର୍ମାଣରେ ବ୍ୟବହୃତ ହେଉଥିବା ଗୋଟିଏ ମିକ୍ସଚର ଗ୍ରାଇଣ୍ଡିଙ୍ଗ ମେସିନ, ୪ ଟି ବଡ଼ ହଣ୍ଡା, ବହୁ ପରିମାଣର ଅନମୋଲ କମ୍ପାନୀ ଲେବୁଲ ଜବତ କରିଛି ପୋଲିସ । ଏଥିସହିତ ପୋଲିସ ନକଲି ସସ କାରଖାନାର ମାଲିକ ଅନୀଲ କୁମାର ଦାସଙ୍କୁ ଗିରଫ କରିଛି। ଏହି ଚଢଉରେ ସବଇନ୍ସପେକ୍ଟର ଖଗପତି ବିଶ୍ୱାଳ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଅରୁଣ ପଟେଲ ପ୍ରମୁଖ ଭାଗ ନେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା