Masthead

SI ପରୀକ୍ଷା କେଳେଙ୍କାରୀ ଘଟଣା, ୪ ଅଭିଯୁକ୍ତଙ୍କୁ ଜେରା କଲା ସିବିଆଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣା ୪ ଅଭିଯୁକ୍ତଙ୍କୁ ଜେରା କଲା ସିବିଆଇ । ଜାମିନରେ ଥିବା ୩ ଆଶାୟୀଙ୍କୁ ଜେରା । ଭୁବନେଶ୍ବର ଅଫିସକୁ ସମନ କରିଥିଲା ସିବିଆଇ । ପରୀକ୍ଷା ଜାଲିଆତି ଘଟଣାର ତଦନ୍ତ କରୁଛି ସିବିଆଇ । ପାଖାପାଖି ସାଢେ ୮ ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଥିଲେ ଜେରାର ସମ୍ମୁଖୀନ ହୋଇଥିବା ପରୀକ୍ଷାର୍ଥୀ। ତେବେ ଆଉ ଜଣେ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ। ମୋଟ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣଙ୍କୁ ଜେରା କରାଯାଇଛି। ରାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। CBIରେ ହାଜର ହୋଇଥିବା ପରୀକ୍ଷାର୍ଥୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ। ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ।

ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ । ଏହି ଅପରାଧ ସିଣ୍ଡିକେଟ୍‌ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା । ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ । ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ । ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା । ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା । ଯୋଜନା ମୁତାବକ ଆଶାୟୀମାନେ ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ରହିଥିଲେ । ଅକ୍ଟୋବର ୨୯ ତାରିଖରେ ଖଣ୍ଡଗିରିରୁ ୧୧୪ ଆଶାୟୀଙ୍କୁ ବସ୍‌ରେ ବିଜୟନଗରମ୍‌କୁ ନିଆଯାଇଥିଲା । ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍‌ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି