ରୁଷିଆ ହାତରେ ୟୁକ୍ରେନର ଯୁଦ୍ଧ ଯୋଜନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷିଆର ମୁକାବିଲା ଲାଗି ୟୁକ୍ରେନ ପ୍ରତିରକ୍ଷା ବାହିନୀକୁ ସଦୃଢ କରିବାକୁ ଆମେରିକା ଓ ନାଟୋ ପକ୍ଷରୁ ପ୍ରସ୍ତୁତ ଏକ ଗୁପ୍ତ ସାମରିକ ଯୋଜନା ଅନଲାଇନରେ ଲିକ ହୋଇଯାଇଛି । ଏଥିରେ ୟୁକ୍ରେନ ଯୁଦ୍ଧ ସର୍ମ୍ପକୀତ ଅନେକ ଗୋପନୀୟ ଦସ୍ତାବିଜ ଥିଲା । ଯାହା ଏବେ ରୁଷିଆ ହାତରେ ପଡିଛି । ଯାହା ନ୍ୟୁୟର୍କ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଅନ୍ୟପକ୍ଷେ ପେଣ୍ଟାଗନ୍‌ କହିଛି, ତଥ୍ୟ ସୁରକ୍ଷା ଭଙ୍ଗକୁ ଏହା ଅତି ଭଲଭାବେ ଯାଞ୍ଚ କରୁଛି। ଉପ ପ୍ରେସ୍‌ ସଚିବ ସବରିନା ସିଂହ କହିଛନ୍ତି, ସୋସିଆଲ ମିଡିଆ ପୋଷ୍ଟ୍‌ ସଂକ୍ରାନ୍ତରେ ଆମେ ଅବଗତ ଅଛୁ ଏବଂ ବିଭାଗ ପକ୍ଷରୁ ଉକ୍ତ ବିଷୟର ସମୀକ୍ଷା କରାଯାଉଛି। ଭାଇରାଲ୍‌ ହୋଇଥିବା ତଥ୍ୟରେ ଅସ୍ତ୍ର ଯୋଗାଣ, ସେନାର ଶକ୍ତି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ତେବେ ଏହି ଭାଇରାଲ୍‌ ତଥ୍ୟ ମାତ୍ର ୫ ସପ୍ତାହର।

୧୨ ୟୁକ୍ରେନ କମ୍ବାଟ ବ୍ରିଗେଡ୍‌ଙ୍କର ତାଲିମ ସିଡ୍ୟୁଲ ମଧ୍ୟ ଏଥିରେ ରହିଛି। ଏଥି ମଧ୍ୟରୁ ୯ଟି ୟୁକ୍ରେନ କମ୍ବାଟ ବ୍ରିଗେଡକୁ ଆମେରିକା ଓ ନାଟୋ ବାହିନୀ ତାଲିମ ଦେଉଛନ୍ତି ବୋଲି ଏହି ତଥ୍ୟରେ କୁହାଯାଇଛି। ତେବେ ଏହା କେଉଁ ସୂତ୍ରରୁ ଲିକ୍‌ ହେଲା ସେ ନେଇ ପେଣ୍ଟାଗନ କୌଣସି ସୂଚନା ଦେଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ