Masthead

ଖୋଜୁଥିଲା ସିବିଆଇ, ହୋଟେଲରେ ଥିଲେ ବିଷ୍ଣୁପଦ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାଛୁଆଁ ଦେଉନାହାନ୍ତି ଆଇଏଏସ ବିଷ୍ଣୁପଦ ସେଠୀ । ସମନକୁ ଅଣଦେଖା କରି ଚାଲିଛନ୍ତି ମାର୍କମରା ଅଫିସର । ଭୁବନେଶ୍ୱରେ ସିବିଆଇ ଖୋଜୁଥିବା ବେଳେ ବାବୁ ଦିଲ୍ଲୀରେ । ଅଶୋକା ହୋଟେଲରେ ତାଙ୍କ ନାଁରେ ରୁମ ବୁକ୍ ତଥ୍ୟ ସାମ୍ନାକୁ ଆସିଛି । ଯଦି ଦିଲ୍ଲୀ ଯାଇଥିଲେ ତା ହେଲେ ସିବିଆଇ ଅଫିସକୁ କାହିଁକି ଗଲେ ନାହିଁ? ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାହିଁକି ହେଉନାହାନ୍ତି ହାଜର? କୁହାଯାଉଛି ବିଷ୍ଣୁପଦ ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇନଥିଲେ । ଗୃହ ବିଭାଗ ଚିଠିରୁ ତାହା ଜଣାପଡ଼ିଛି । ତାହେଲେ ସରକାରୀ ସୁବିଧା କାହିଁକି ନେଲେ? ଏକଥା ମଧ୍ୟ ଶୁଣାଗଲାଣି ଯେ ନିଜ ମୁଣ୍ଡରେ ଝୁଲୁଥିବା ଖଣ୍ଡାରୁ ତ୍ରାହି ପାଇବା ପାଇଁ ଦିଲ୍ଲୀ ଯାଇଥିଲେ ।

ହେଲେ ଯେଉଁ ପ୍ଲାନ କରିଥିଲେ ତାହା ଫସର ଫାଟିଛି । ୧୦ ଲକ୍ଷ ଟଙ୍କା ଲଂଚ କାରବାର ମାମଲାରେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଛି । ହେଲେ ଏହାରି ଭିତରେ ସପ୍ତାହେରୁ ଅଧିକ ସମୟ ହୋଇଥିଲେ ମଧ୍ୟ ବାବୁ ସିବିଆଇ ସମ୍ମୁଖକୁ ଆସିନାହାନ୍ତି । ଏନେଇ ଖବର ଘନ ଘନ ପ୍ରସାରଣ ହେବା ପରେ ରାଜ୍ୟ ସରକାର ତାଙ୍କ ଉପରେ ଆକ୍ସନ ନେଇଛନ୍ତି । ଅନୁସୂଚିତ ଜାତି ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସହ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ଏବେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ