Masthead

‘ଆପ ଦେଶର ଅଖଣ୍ଡତା ଏବଂ ପଞ୍ଜାବରେ ଶାନ୍ତି ପୂର୍ଣ୍ଣ ସରକାର ଚଳାଇବା ପାଇଁ ପ୍ରତିଶୃତିବଦ୍ଧ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆପର ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ପ୍ରେସମିଟ । କହିଛନ୍ତି ପଞ୍ଜାବର ରୋଡେ ଗ୍ରାମରେ ଥିବା ଗୁରୁଦ୍ୱାରରୁ ଉଗ୍ରବାଦୀ ଅମ୍ରିତପାଲ୍ ସିଂହକୁ ପଞ୍ଜାବ ପୋଲିସ ୩୬ ଦିନ ପରେ ଗିରଫ କରିଛି । ଖଲିସ୍ତାନୀ ଆନ୍ଦୋଳନକୁ ଉସକାଉ ଥିବା ଅମ୍ରିତପାଲ୍ “ୱାରିସ ପଞ୍ଜାବ ଦେ” ନାମକ ସଂଗଠନର ମୁଖ୍ୟ ଥିଲା । ବିଦେଶୀ ସହାୟତା ଏବଂ ଚାନ୍ଦା ବଳରେ ପଞ୍ଜାବରେ ଖଲିସ୍ତାନୀ ଆନ୍ଦୋଳନକୁ ପୁନର୍ଜୀବିତ କରିବାକୁ ଚାଲିଥିବା ଷଡଯନ୍ତ୍ରକୁ ଅମ୍ରିତପାଲର ଗିରଫଦାରୀ ପରେ ବଡ ଧକ୍କା ଲାଗିଛି ।

ପଞ୍ଜାବ ପୋଲିସର ଆଇଜି ସୁଖଚୈନ୍ ସିଂହ ଗିଲଙ୍କ ତଥ୍ୟ ଅନୁସାରେ ପଞ୍ଜାବ ପୋଲିସ ବାହିନୀ ଗୋଇନ୍ଦା ସୂଚନାକୁ ଆଧାର କରି ଅମ୍ରିତପାଲ୍ ରହିଥିବା ଗୁରୁଦ୍ୱାରକୁ ଚାରିପଟୁ ଘେରାଉ କରାଯାଇଥିଲେ । ଗୁରୁଦ୍ୱାରର ପବିତ୍ରତାକୁ ନଷ୍ଟ ନକରି ଅମ୍ରିତପାଲକୁ ଆରେଷ୍ଟ କରାଗଲା । ଏହା ଆମ୍ ଆଦ୍‌ମୀ ପାର୍ଟି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କର ଏକ ବଡ ସଫଳତା । ରାଷ୍ଟ୍ରୀୟ ଅଖଣ୍ଡତା ଏବଂ ସୁରକ୍ଷାର ପ୍ରଶ୍ନରେ ଉଭୟ କେନ୍ଦ୍ର ସରକାର ଏବଂ ପଞ୍ଜାବ ସରକାର ମିଳିତ ଭାବରେ ଯେଉଁପରି କାମ କଲେ ତାହାମଧ୍ୟ ଅନୁକରଣୀୟ ।

ଅମ୍ରିତପାଲ୍ ସିଂହଙ୍କୁ ଗିରଫ କରିବା ସହିତ ତାଙ୍କ ସହିତ ଜଡିତ ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆମ୍ ଆଦମୀ ପାର୍ଟି ଓଡ଼ିଶା, ପଞ୍ଜାବ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ପ୍ରକାର ସଫଳତା କାମନା କରୁଛି । ଆମ୍ ଆଦମୀ ପାର୍ଟି ଦେଶର ଅଖଣ୍ଡତା ଏବଂ ପଞ୍ଜାବରେ ଶାନ୍ତି ପୂର୍ଣ୍ଣ ସରକାର ଚଳାଇବା ପାଇଁ ପ୍ରତିଶୃତିବଦ୍ଧ । କୌଣସି ଅପପ୍ରଚାର ଏହାକୁ ପ୍ରଭାବିତ କରିପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ