ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ଧାରି ପଞ୍ଚାୟତର ଚଢେଇ ପାଟିଆ ଗାଁରେ ବିକାଶ ବାଟହୁଡିଛି । ଯାଜପୁର ଓ କେନ୍ଦୁଝର ଜିଲ୍ଲାର ସୀମାରେ ଥିବା ଏହି ଗାଁର ସମସ୍ତେ ପ୍ରାୟ ହରିଜନ ଓ ଆଦିବାସୀ ସମ୍ପ୍ରଦାୟର । ୬୫ରୁ ଉଦ୍ଧ୍ୱର୍ ଦଳିତ ପରିବାରର ୪୦୦ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି । ପ୍ରତିପୋଷଣ କରନ୍ତି । ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଗାଁ ଗାଁ ରେ ବିଜୁଳି ସଂଯୋଗ କରିବା ଲାଗି ଅନେକ ଯୋଜନା କରିଛନ୍ତି କିନ୍ତୁ ଏମାନଙ୍କ ନିକଟରେ ସେ ସବୁ ଯୋଜନା ସୁଫଳ ପହଞ୍ଚାଇବାରେ ବିଫଳ ହୋଇଛି ପ୍ରସାଶନ।